୩୦ ରୁ ପୁଣି ବର୍ଷା !

0
360

ଭୁବନେଶ୍ୱର: ପୁଣି ଆସୁଛି ଲଘୁଚାପ ଯଦିଓ ଏହ। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ , ତେବେ ଆସନ୍ତା ୩୦ ତାରିଖରୁ ତିନିଦିନ ଧରି ହେବାକୁ ଥିବା ଲଘୁଚାପ ବର୍ଷା ଉପକୂଳ ଚାଷୀଙ୍କ ବିଲରେ ଅମଳ ଅପେକ୍ଷାରେ ଥିବା ଧାନ ଫସଲକୁ ଉଜାଡ଼ି ଦେବା ନିଶ୍ଚିତ। ଉପକୂଳବର୍ତୀ ଚାଷୀଙ୍କ ପ।ଇଁ ଏହ। ଆଉ ଗୋଟିଏ ବିପର୍ଯ୍ୟୟ ହୋଇ ଆସୁଛି। ହୋଇପାରେ ନୂଆବର୍ଷ ୨୦୧୮ର ରଙ୍ଗ ବି ଫିକା ପଡ଼ି ଯ।ଇପ।ରେ । ନବ ବର୍ଷର ପ୍ରଥମ ଦିନରୁ ଉପକୂଳବାସୀ ବର୍ଷାରେ ଭିଜିବ। ନିଶ୍ଚିତ । ଲଘୁଚାପ କ।ରଣରୁ ଦିନେ ଦୁଇ ଦିନ ଭିତରେ ଉପକୂଳରେ ସକାଳୁଆ ଘନ କୁହୁଡ଼ି ସୃଷ୍ଟି ହେବ।

ଏପରି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ପୂର୍ବାନୁମାନ ଅନୁଯାୟୀ ଆଜି ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଏବଂ ଆଖପାଖ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏ ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ନିର୍ଦ୍ଦେଶ ଦେଉଛି ଯେ ଆସନ୍ତା ୩୦ ତାରିଖ ରାତିରୁ ଉପକୂଳବର୍ତୀ ସ୍ଥାନଗୁଡ଼ିକରେ ଏହାର ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇପ।ରେ ।

ତେବେ ପ।ଣିପ।ଗ ବିଭାଗ ଲଘୁଚାପର ଗତି, ପ୍ରଭାବ ସଂପର୍କିତ ରୂପରେଖ ଦିନେ ଦୁଇଦିନ ଭିତରେ ଆହୁରି ସ୍ପଷ୍ଟ ହେବବୋଲି କହିଛି । ଉପକୂଳର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, କଟକ ଆଦି ଜିଲ୍ଲାରେ ଲଘୁଚାପ ବର୍ଷିବ। ଏହା ସହିତ ଦକ୍ଷିଣ ଉପକୂଳବର୍ତୀ ଗଂଜାମ, ମାଲକାନଗିରି, କୋରାପୁଟ, ପୁରୀ, ଖୋର୍ଧାର କିଛି ଅଂଶରେ ବି ବର୍ଷା ହୋଇପାରେ।
ପ।ଣିପ।ଗ ବିଭାଗର ନିର୍ଦ୍ଦେଶକଙ୍କ କହିବାନୁସାରେ ଲଘୁଚାପର ଦିଗ ସ୍ପଷ୍ଟ ହୋଇନଥିଲେ ବି ଏହା ଉପକୂଳବର୍ତୀ ସ୍ଥାନଗୁଡ଼ିକର ସମାନ୍ତରାଳ ଭାବେ ସିଧାସଳଖ ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ଅଧିକ। ଏହାର ପ୍ରଭାବ ପରିଲକ୍ଷିତ ହେବ ।୨୮ ତାରିଖ ସକାଳୁ। ୨୮, ୨୯, ୩୦ ତାରିଖରେ ଉପକୂଳବର୍ତୀ ସ୍ଥାନଗୁଡ଼ିକରେ ସକାଳୁଆ ଘନ କୁହୁଡ଼ି ସୃଷ୍ଟି ହେବ। ତାପମାତ୍ରା ବଢ଼ିବାକୁ ଆରମ୍ଭ କରିବ। ଏହା ସତ୍ତ୍ୱେ ଥଣ୍ଡା ଅନୁଭୂତି ଅପରିବର୍ତିତ ରହିବ।

LEAVE A REPLY

Please enter your comment!
Please enter your name here