ବିଜେଡ଼ି ପ୍ରତିଷ୍ଠା ଦିବସରେ କ୍ୟାବିନେଟର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

0
106

ଭୁବନେଶ୍ୱର : ଆଜି ପୁରୀଠ।ରେ ବସିଥିବା କ୍ୟାବିନେଟ ବୈଠକରେ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି  । ଭାଷା ଓ ସଂସ୍କୃତିର ,ଐତିହ୍ୟ ର ବହୁଳ ପ୍ରଚ।ର କର।ଯିବା ସହିତ ପର୍ଯ୍ୟଟନ ବିଭାଗରୁ ସଂସ୍କୃତି ବିଭାଗକୁ ଅଲଗା କରାଯିବ  । ଏହାର ନାମ ରଖ।ଯିବ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ  । ଓଡ଼ିଶାର ପ୍ରତ୍ୟେକଟି ଦୋକାନ ବଜାରର ଓଡ଼ିଆ ଫଳକ ଲାଗିବା ବାଧ୍ୟତାମୂଳକ କର।ଯିବ। ସହିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରେ ଓଡ଼ିଆରେ ଭଲ ନମ୍ବର ରଖୁଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ବୃତି ର।ଜ୍ୟ ସରକାର ପ୍ରଦାନ କରିବେ। ପ୍ରତ୍ୟେକ ୫ ବର୍ଷରେ ଥରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ । ତତ୍ ସହିତ ର।ଜ୍ୟର ସବୁ ହାଇସ୍କୁଲରେ ପାଠାଗାର ଖୋଲାଯିବ। ସହ ଅନେକ ଓଡ଼ିଶା ପୁସ୍ତକ ରଖାଯିବ  । ଓଡ଼ିଆ ଭାଷାର ପ୍ରଚାର ପ୍ରସ।ର ପାଇଁ ପ୍ରୋତ୍ସାହିତ କରାଯିବ । ଓଡ଼ିଆ ଭାଷା କମିଶନ ଗଠନ କରାଯିବ  । ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ସଚିବାଳୟ ବାହାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୁରୀ ସର୍କିଟ୍ ହାଉସରେ ଅନୁଷ୍ଠିତ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କର।ଯ।ଇଛି ।

LEAVE A REPLY

Please enter your comment!
Please enter your name here