ମହାସଂଗ୍ରାମ ପ।ଇଁ ସଂକଳ୍ପ ନେବ ବିଜେଡ଼ି

0
201

ପୁରୀ: ୧୯୯୭ ମସିହା ଡିସେମ୍ୱର ୨୬ ତାରିଖରେ ଓଡିଶା ର।ଜନୈତିକ ଏନ୍ତୁଡିଶ।ଳରେ ଜନ୍ମ ନେଇଥିବା ,ବିଜୁ ଜନତା ଦଳ ଏବେ ୨୦ ବର୍ଷରେ ପଦ।ର୍ପଣ କରିଛି । ତ।ହ। ପୁଣି ଭ।ରତର ଏକମାତ୍ର ଆଞ୍ଚଳିକ ଦଳ ଯିଏ ସବୁ ବର୍ଗର ଲୋକଙ୍କ ପ।ଇଁ ସେବା, ଦାୟିତ୍ୱ ଓ ଉତ୍ତରଦାୟିତ୍ୱକୁ ନେଇ କାମ କରି ଆସିଛି । ବିଜୁ ଜନତା ଦଳ ଦୀର୍ଘ ୨ ଦଶନ୍ଧି ଧରି ତାର ବିଜୟଯାତ୍ରା ଜାରି ରଖିଛି। ଦୀର୍ଘ ୨୦ ବର୍ଷ ପୂର୍ବେ ଯେଉଁ ମାଟିରୁ ଜନ୍ମ ନେଇଥିଲ। । ଆସନ୍ତାକ।ଲି ବିଜୁ ଜନତା ଦଳ ତାର ୨୦ ତମ ପ୍ରତିଷ୍ଠା ଦିବସ ସେହି କ୍ଷେତ୍ରରେ ପାଳନ କରିବ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରି କହିଛନ୍ତି । ବିଜୁ ଜନତା ଦଳ ଲୋକମାନଙ୍କର, ଲୋକମାନଙ୍କ ପାଇଁ ଓ ଲୋକମାନଙ୍କ ଦ୍ୱାରା ଗଠିତ ଦଳ। ଓଡ଼ିଶାର ଗରିବ, ମହିଳା, ଶ୍ରମିକ, କୃଷକ, ଯୁବକ ମାନଙ୍କ ବଳ ବିଜୁ ଜନତା ଦଳ। ଚଳିତ ମାସ ୨୬ ତାରିଖ ପୂର୍ବାହ୍ନ ୧୦ଟାରେ ତାଳ ବଣିଆ ଇନଡୋର ଷ୍ଟାଡିୟମଠାରେ ବିଜୁ ଜନତା ଦଳ ତାର ୨୦ ବର୍ଷ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ଦିବସରେ ୩୦ ହଜାର ପ୍ରତିନିଧି ଯୋଗ ଦେବେ। ଭାରତର ନମ୍ୱର ଏକ ପ୍ରିୟ ପ୍ରଶାସକ ନବୀନ ପଟ୍ଟନାୟକଙ୍କ ବିକାଶମୁଖି ଚିନ୍ତାଧାରରାରେ ଅଗ୍ରଗତି କରୁଥିବା ଓଡ଼ିଶାକୁ ପୁଣି ଆଗକୁ ନେବା ପାଇଁ ଦଳ ପୁରୀଠାରେ ସଂକଳ୍ପ ନେବ।

ଏହି ସମ୍ମିଳନୀରେ ଯୋଗ ଦେଇ ବରିଷ୍ଠ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଲେ ବିଜେଡ଼ି ଏବେ ୨୦ ଇନିଂସ ଖେଳି ସାରିଥିବା ବେଳେ ଆହୁରି ପଥ ବାକି ଅଛି। ଜନ ମଙ୍ଗଳ ରାଷ୍ଟ୍ରରେ ଜନତାଙ୍କ ସେବା ପାଇଁ ଏହି ଦଳ ପ୍ରତିଷ୍ଠିତ। ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା କହିଲେ ସରକାର ୧୮ ବର୍ଷରେ ପଦାର୍ପଣ କରିଥିବା ବେଳେ ବିଜୁ ଜନତା ଦଳ ୨୦ ବର୍ଷ ପୂର୍ତି ପାଳନ କରୁଛି। ତୃଣମୂଳ ସ୍ତରର ଲୋକମାନଙ୍କ ଆବଶ୍ୟକତା, ଲୋକାଭିମୁଖି ଯୋଜନା, ଦାରିଦ୍ର୍ୟ ଦୂରୀକରଣ, ଓଡ଼ିଶାର ହକ‌୍‍ ପାଇଁ ଲଢ଼େଇ କରି ନବୀନ ବାବୁଙ୍କ ସରକାର ଆଂଚଳିକ ଦଳ ଭାବ ତାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛି। ମହ।ବ।ତ୍ୟା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଜୁ ଜନତା ଦଳ ଦାୟିତ୍ୱ ନେଇ ଓଡ଼ିଶାର ବିକାଶ ଓଡ଼ିଆ ପୁଅର ବିରତ୍ୱକୁ ବଜାୟ ରଖିବା ପାଇଁ ଦଳ ତାର ଆଭିମୁଖ୍ୟ ସୁଦୃଢ଼ କରିବ। ସହ ତ।ର ଜୟଜ।ତ୍ର। ଚ।ଲୁ ରଖିଛି ।

LEAVE A REPLY

Please enter your comment!
Please enter your name here