ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ୱକୁ ଚ୍ୟାଲେଂଜ ଭାବେ ଗ୍ରହଣ କରିବି : ମନ୍ତ୍ରୀ ପ୍ରଦୀପ ମହାରଥୀ

0
237

ଭୁବନେଶ୍ୱର: ଗତକାଲି ଦ।ମ ର।ଉତଙ୍କୁ କୃଷି ମନ୍ତ୍ରୀ ପଦରୂ ବହିଷ୍କାର କର।ଯିବ।ପରେ ଏହି ଦ।ୟିତ୍ବ ପଚଂ।ୟତିର।ଜ ବିଭାଗ ଦ।ୟିତ୍ବରେ ଥିବା ପ୍ରଦୀପ ମହ।ରଥିଙ୍କୁ ଅତିରିକ୍ତ ଦ।ୟିତ୍ବ ଭ।ବେ ଦିଆଯାଇଛି। ପ୍ରଦିପ ମହ।ରଥି କହିଛନ୍ତି କୃଷି ବିଭାଗ ମିଳିବା ପରେ ମୋର ଦାୟିତ୍ୱ ଆହୁରି ବଢିଯାଇଛି । ଯେଉଁ ଆଶା ରଖି ମୁଖ୍ୟମନ୍ତ୍ରୀ ମତେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ତାକୁ ପୂରଣ କରିବା ପାଇଁ ନିଷ୍ଠାର ସହିତ ଉଦ୍ୟମ କରିବି । ଆଗରୁ ଏହି ବିଭାଗର ଦାୟିତ୍ୱରେ ରହିଥିଲି । ବିଭାଗ ସମ୍ପର୍କରେ ଜାଣିବା ମୋ ପକ୍ଷେ ବିଶେଷ କଷ୍ଟକର ହେବ ନାହିଁ ବୋଲି ମହାରଥୀ ପ୍ରକାଶ କରିଛନ୍ତି ।
ଆଜି ସଚିବାଳୟ ଠାରେ ସେ କହିଛନ୍ତି ଯେ ଉଭୟ ପଂଚାୟତରାଜ ଓ କୃଷି ବିଭାଗ ବୃହତ୍ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଉଭୟ ବିଭାଗର କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବା ହେଲେ ମୋତେ ଅଧିକ ପରିଶ୍ରମ କରିବାକୁ ପଡିବ । ମୁଁ ଏହାକୁ ଚ୍ୟାଲେଂଜ ଭାବେ ଗ୍ରହଣ କରି ନେଇଛି । ଯେତେବେଳେ ଯେଉଁ କାମ ବା ଦାୟିତ୍ୱ ନ୍ୟସ୍ତ କରାଯାଇଥାଏ ତାକୁ ମୁଁ ଚ୍ୟାଲେଂଜ ଭାବେ ଗ୍ରହଣ କରିଥାଏ ।

LEAVE A REPLY

Please enter your comment!
Please enter your name here