ସରକାର ତୁରନ୍ତ କୃଷିଋଣ ଛ।ଡ କରନ୍ତୁ :କଂଗ୍ରେସ

0
108

ଭୁୁବନେଶ୍ୱର: ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ କୃଷି ଋଣ ଛାଡ୍ କରିବା ପାଇଁ କଂଗ୍ରେସ ଦାବି କରିଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର କହିଛନ୍ତି ଯେ ୨୦୦୮ ମସିହାରେ ୟୁପିଏ ସରକାରଙ୍କ ସମୟରେ ଚାଷୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ଦେଶର ପ୍ରାୟ ୫ କୋଟି ଚାଷୀଙ୍କ ଉପରୁ ୭୨ ହଜାର ୬୮୦ କୋଟି ଟଙ୍କା ଜୃଷି ଋଣ ଛାଡ କରାଯାଇଥିଲ। ବେଳେ ଓଡିଶା ରାଜ୍ୟର ୨୫ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ଉପରୁ ପ୍ରାୟ ୨୬ ହଜାର କୋଟି ଟଙ୍କା କୃଷିଋଣ ଛାଡ କରାଯାଇଥିଲା । କିନ୍ତୁ କେନ୍ଦ୍ରରେ ବିଜେପି ସରକାର ଶାସନକୁ ଆସିବା ପରେ ଚାଷୀମାନଙ୍କ ପାଇଁ ସେପରି କୈ।ଣସି ପଦକ୍ଷେପ ନିଆଯାଇନି । ପଞ୍ଜାବ, କର୍ଣ୍ଣାଟକ ଓ ଅନ୍ୟ କେତୋଟି ରାଜ୍ୟ ସରକାର ଚାଷୀଙ୍କ ଉପରୁ କୃଷିଋଣ ଛାଡ କରିଥିବା ବେଳେ ବର୍ତମାନର କେନ୍ଦ୍ରମନ୍ତ୍ରୀ କହୁଛନ୍ତି କୃଷିଋଣ ଛାଡ ଏକ ଆଦର୍ଶ ବ୍ୟବସ୍ଥା ନୁହେଁ । ଏପରି ଋଣ ଛାଡ କରାଗଲେ ନିୟମିତ ଋଣ ପରିଶୋଧ କରୁଥିବା ଚାଷୀଙ୍କ ମନରେ ନକରାତ୍ମକ ପ୍ରଭାବ ପକାଇବ ଫଳରେ ଆଉକେହି କୃଷିଋଣ ପରିଶୋଧ କରିବେ ନ।ହିଁ ।
ଅନ୍ୟପଟେ ଅନ୍ୟ ରାଜ୍ୟ ପରି ଓଡିଶା ସରକାର ଚାଷୀଙ୍କ ଋଣ ଛାଡ କରିବା ଏକାନ୍ତ ଜରୁରୀ । ତେଣୁ ଉଭୟ ବିଜେପି ଓ ବିଜେଡି ସରକାରଙ୍କର ଯଦି ଚାଷୀଙ୍କ ପ୍ରତି ତିଳେମାତ୍ର ଦରଦ ଥାଏ, ଆଉ କାଳବିଳମ୍ବ ନକରି କେନ୍ଦ୍ର ସରକାରଙ୍କ ଜାତୀୟକରଣ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ସମବାୟ ବ୍ୟାଙ୍କଗୁଡିକରୁ କୃଷି ଋଣ ନେଇଥିବା ଚାଷୀଙ୍କ ଠାରୁ ସଂପୂର୍ଣ୍ଣ କୃଷିଋଣ ଛାଡ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି ଜଣ।ଇଛନ୍ତି ।

LEAVE A REPLY

Please enter your comment!
Please enter your name here