ଦାମଙ୍କୁ ମନ୍ତ୍ରୀ ପଦରୁ ବହିଷ୍ମାର

0
209

ଭୁବନେଶ୍ବର: ନିଜର ବିବ।ଦିୟ ମନ୍ତବ୍ୟ ପ।ଇଁ ସବୁବେଳେ ଚର୍ଚାର କେନ୍ଦ୍ର ବିନ୍ଦୁ ପ।ଲଟୁଥିବ। ଦ।ମ ର।ଉତ ମନ୍ତ୍ରିମଣ୍ଡଳରୁ ବିଦା ହେ।ଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷିମନ୍ତ୍ରୀ ଥିବା ଦାମଙ୍କ ବହିଷ୍ମାର ନେଇ ଆସନ୍ତାକାଲି ରାଜ୍ୟପାଳଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ବହିଷ୍କାର ସମ୍ପର୍କିତ ଚିଠି ରାଜ୍ୟପାଳଙ୍କୁ ନିକଟକୁ ପଠାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ବାରମ୍ବାର ଜାତିଆଣ ମନ୍ତବ୍ୟ ପାଇଁ ଦାମଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି ବୋଲି ନବୀନ କହିଛନ୍ତି । ଜାତି ଓ ଧର୍ମକୁ ନେଇ କୌଣସି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ସିଧାସଳଖ କହିଛନ୍ତି । ନିକଟରେ ବ୍ରାହ୍ମଣ ସମାଜ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇ ଦାମ ଚର୍ଚ୍ଚାକୁ ଆସିଥିଲେ । ବ୍ରାହ୍ମଣ ମାନେ ଭିକ ମାଗନ୍ତି କହିବା ପରେ ବ୍ରାହ୍ମଣ ସମାଜ ପକ୍ଷରୁ ଏହାକୁ କଡା ନିନ୍ଦା କରିବା ସହ ଜୋରଦାର ବିରୋଧ କରାଯାଇଥିଲା ।
ଏହି ବିବାଦୀୟ ମନ୍ତବ୍ୟ ପାଇଁ ଦାମ ରାଉତ କ୍ଷମା ମାଗନ୍ତୁ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ଦାବି ଜୋର ଧରିଥିଲା । ଏପରିକି ଏହି ମନ୍ତବ୍ୟ ପାଇଁ ବ୍ରାହ୍ମଣ ସମାଜ ପକ୍ଷରୁ ଦାମଙ୍କୁ ଅଭିଶାପ ମିଳିଥିଲା । ତେବେ ଘଟଣାର ଦିନ କେଇଟା ନ ବିତୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରୁ ଦାମ ରାଉତଙ୍କ ବହିଷ୍କାର କରି ସୂଚାଇ ଦେଇଛନ୍ତି ଯେ, କୌଣସି ପରିସ୍ଥିତିରେ ଜାତିବାଦ ମନ୍ତବ୍ୟକୁ ଗ୍ରହଣ କରାଯିବ ନାହିଁ ।କାରଣ ବ୍ରାହ୍ମଣଙ୍କୁ ଅପମାନସୂଚକ ବୟାନ ଦେବା ପରେ ସରକାରଙ୍କୁ ଘେରିଥିଲେ ବିରୋଧୀ । ଯାହା ସରକାରଙ୍କୁ ଅଡୁଆରେ ପକାଇଥିଲା ।

LEAVE A REPLY

Please enter your comment!
Please enter your name here