ଇନ୍ଦିରା ଗାନ୍ଧି ଥିଲେ ୧୮ ରେ ବିଜେପି ପହଂଚିଲ। ୧୯ ରେ: ମୋଦି

0
573

ଭୁବନେଶ୍ୱର:ବୁଧବାର ସଂସଦୀୟ କମିଟି ବୈଠକରେ ସମ୍ବୋଧନ କରିବା ଅବସରରେ ମୋଦି କହିଛନ୍ତି, ବିଜେପି ଓ ସହଯୋଗୀ ଦଳ ୧୯ଟି ରାଜ୍ୟରେ କ୍ଷମତା ପାଇଛନ୍ତି ।ଭାରତୀୟ ଜନତା ପାର୍ଟିର ବିଶ୍ଲେଷଣ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦଳ ବର୍ତ୍ତମାନ ୧୯ଟି ରାଜ୍ୟରେ ଶାସନ କରୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୧୮ଟି ରାଜ୍ୟକୁ ଏକକାଳୀନ ଶାସନ କରୁଥିଲେ । ଇନ୍ଦିରା ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଦେଶର ୧୮ଟି ରାଜ୍ୟରେ ଶାସନ କରୁଥିଲ।   ନିଜଠ।ରୁ ବୟସରେ ବହୁତ କମ୍ ଅମିତ ଶାହାଙ୍କୁ ପ୍ରଶଂସା କରି କହିଛନ୍ତି, ଶାହାଙ୍କ ନେତୃତ୍ୱରେ ଯୁବ କର୍ମୀମାନେ ଦଳକୁ ଆଗେଇ ନେବାରେ ଅଧିକ ସକ୍ରିୟ ହୋଇଛନ୍ତି । ଯୁବବର୍ଗଙ୍କୁ ବିଜେପିରେ କାମ କରିବାକୁ ସୁଯୋଗ ମିଳିଛି । ଯ।ହ।ଫଳରେ ଆଜି ବିଜେପି ଏହି ସଫଳତା ପ।ଇପ।ରିଛି ।

ନିଜର ବକ୍ତବ୍ୟ ରେ ଅମିତ ଶାହା କହିଛନ୍ତି, ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ବହୁ ପରିଶ୍ରମ କରିଛନ୍ତି । ଗୁଜାରାଟରେ କଂଗ୍ରେସ ଯଦିଓ ୭୭ଟି ଆସନରେ ବିଜୟୀ ହୋଇଛି ତଥାପି ବିଜେପି ପାଇଁ ଏହା ବଡ଼ ସଫଳତା । 

LEAVE A REPLY

Please enter your comment!
Please enter your name here