ଶ୍ରୀମନ୍ଦିର ଉପରେ ଡ୍ରୋନ କ୍ୟାମେରା ,୩ ଋଷୀୟ ପର୍ଯ୍ୟଟକ ଅଟକ ।

0
405

ପୁରୀ: ଆଜି ମଧ୍ୟାହ୍ନ ସମୟରେ ପୁରୀ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ କ୍ୟାମେରା ଉଡୁଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ଶ୍ରୀମନ୍ଦିର ଉପର ଭାଗକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି, ଏହାର ସୁରକ୍ଷା ପ୍ରତି ବିପଦ ଥିବାରୁ ଡ୍ରୋନ କ୍ୟାମେରାକୁ ଶ୍ରୀମନ୍ଦିର ପ୍ରଶାସନ ବାରଣ କରିଛି। ଏହାପରେ ଶ୍ରୀମନ୍ଦିର ସମ୍ମୁଖରେ ଥିବା ରାଧା ବଲ୍ଲଭ ମଠରେ  ଡ୍ରୋନ କ୍ୟାମେରା ଯୋଗେ ୩ ଜଣ ଋଷୀୟ ପର୍ଯ୍ୟଟକ ଚିତ୍ର ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା। ଏମାନଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ  ଜଣେ ମହିଳା ଅଛନ୍ତି ।

 ସ୍ଥାନୀୟ ଲୋକ ଏହ।କୁ ବିରୋଧ  କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ସିଂହଦ୍ୱାର ଥାନାକୁ ଆଣି ପଚାରା ଉଚରା କରୁଛି। କିଛି ବର୍ଷ ପୂର୍ବରୁ କେହି ଜଣେ ପର୍ଯ୍ୟଟକ ଶ୍ରୀମନ୍ଦରର ଭିଡିଓ ଡ୍ରୋନ କ୍ୟାମେରା ଯୋଗେ ଉତ୍ତୋଳନ କରି ବିଭିନ୍ନ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏହି ଘଟଣାରେ ପୁରୀରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବ। ଖବର ମିଳିଛି ।

LEAVE A REPLY

Please enter your comment!
Please enter your name here