ରାଷ୍ଟ୍ରୀୟ ନୀତିର ଉଲ୍ଲଙ୍ଘନ କରିଥିବାରୁ ମନମୋହନ କ୍ଷମା ମାଗନ୍ତୁ:ଜେଟଲୀ

0
145

ନୂଆଦିଲ୍ଲୀ : ଥମିବ।ର ନଁ। ଧରୁନି କଂଗ୍ରେସ ଓ ବିଜେପିର ବ।କ୍ଯଯୁଦ୍ଧ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପରାଷ୍ଟ୍ରପତି ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ସହ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ରବିବାର ରାତ୍ରୀ ଭୋଜନ ଘଟଣା ଏବେ ଜାତୀୟ ରାଜନୀତିରେ କେନ୍ଦ୍ରବିନ୍ଦୁ ପ।ଲଟିଛି । ଏହି ଘଟଣାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଟଣା ଘୋଷର। ଲାଗି ରହିଛି । ବାକ୍‌ ଯୁଦ୍ଧରେ ଗୋଟିଏ ପରେ ଗୋଟିଏ କଂଗ୍ରେସ ନେତା ଲମ୍ଫ ମାରୁଛନ୍ତି । ସେହିପରି ବିଜେପିର ଜଣକ ପରେ ଜଣେ ନେତା କଂଗ୍ରେସକୁ ଟ।ର୍ଗେଟ କରୁଛନ୍ତି । ଏହି ଘଟଣାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିଜେପିକୁ କଟୁ ସମାଲୋଚନା କରିବା ସହ ମୋଦିଙ୍କୁ କ୍ଷମା ମାଗିବାକୁ କହିଥିଲେ । ଏବେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମନମୋହନଙ୍କୁ ଏହାର ଜବାବ ଦେଇଛନ୍ତି । ରବିବାର ରାତିରେ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ଘରେ ଏହି ରାତ୍ରୀ ଭୋଜନ ହୋଇଥିଲା । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରସଙ୍ଗ କରି ଗୁଜୁରାଟ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ କଂଗ୍ରେସ ପାକିସ୍ତାନ ସହ ମିଶି ରଣନୀତି ପ୍ରସ୍ତୁତ କରୁଛି ବୋଲି ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ନେଇ କଂଗ୍ରେସ ନେତା ଆନନ୍ଦ ଶର୍ମା ମୋଦିଙ୍କୁ କଟୁ ସମାଲୋଚନା କରିଛନ୍ତି । ପାକିସ୍ତାନ ମଧ୍ୟ ଏହି ଅଭିଯୋଗକୁ କପଳୋକଳ୍ପିତ କହି ଖଣ୍ଡନ କରିଛି । ନିର୍ବାଚନ ପ୍ରସଙ୍ଗରେ ତାକୁ ନଟାଣିବା ପାଇଁ ପାକିସ୍ତାନ ପରାମର୍ଶ ଦେଇଛି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏଭଳି ଏକ କାର୍ଯ୍ୟକ୍ରମକୁ ପ୍ରସଙ୍ଗ କରି ମୋଦି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି । ମିଥ୍ୟା ପ୍ରଚାର ସହ ଖରାପ ଚିନ୍ତାଧାରା ଏବଂ ନୈତିକତା ଉଲ୍ଲଙ୍ଘନ କରି ମୋଦି ଏକ ଖର।ପ ଉଦାହରଣ ସୃଷ୍ଟି କରିଛନ୍ତି; ତେଣୁ ଏଥିପାଇଁ ମୋଦି ଭୁଲ ମାଗନ୍ତୁ ବୋଲି ମନମୋହନ କହିଛନ୍ତି । ଏବେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ଏହାର ଜବାବ ରଖି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଡିଜିଏମ୍‌ଓସ୍ତରୀୟ ବୈଠକ ହେଉଛି ଏବଂ କୂଟନୈତିଜ୍ଞ ସଂପର୍କ ବି ରହିଛି । ରାଷ୍ଟ୍ରୀୟ ନୀତି କହୁଛି ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦ ବନ୍ଦ କରିନାହିଁ, ସେ ପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ଆଲୋଚନା ହୋଇପାରିବ ନାହିଁ । ତେବେ ମଣିଶଙ୍କର ଆୟାରଙ୍କ ଭଳି ନେତା କେବେବି ଏଭଳି ନୀତିକୁ ମାନି ନାହାନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ନେତାମାନେ ଆୟାରଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଏଭଳି ବୈଠକରେ ସାମିଲ ହେବା ଭୁଲ ଅଟେ । ମୋଦିଙ୍କୁ କ୍ଷମା ମାଗିବାକୁ କହିବା ବଦଳରେ ରାଷ୍ଟ୍ରୀୟ ନୀତିର ଉଲ୍ଲଙ୍ଘନ କରିଥିବାରୁ ମନମୋହନ କ୍ଷମା ମାଗନ୍ତୁ ବୋଲି ଜେଟଲୀ କହିଛନ୍ତି । ଏହି ବୈଠକର କ’ଣ ଆବଶ୍ୟକତା ଥିଲା ତାହା କଂଗ୍ରେସ ନେତାମାନେ ଦେଶବାସୀଙ୍କୁ ଜଣାନ୍ତୁ ବୋଲି ଜେଟଲୀ କହିଛନ୍ତି । କାହା ସହ ବୈଠକ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ କାହାକୁ ପଚାରିବାର ଆବଶ୍ୟକତା ନାହିଁ, କିନ୍ତୁ ଏଭଳି ସମ୍ବେଦନଶୀଳ ବୈଠକରେ ବିଦେଶ ମନ୍ତ୍ରଣାଳୟକୁ ସୂଚନା ଦେବା ଆବଶ୍ୟକ । ପ୍ରକାଶ ଯେ ମନମୋହନ କହିଥିଲେ ଯେ ଗୁଜୁରାଟ ନିର୍ବାଚନରେ ହାର ସୁନିଶ୍ଚିତ ଜାଣି ମୋଦି ଭୟଭୀତ ହୋଇପଡିଛନ୍ତି । ତେଣୁ ସେ ମିଥ୍ୟା ପ୍ରଚାର କରି ଗୁଜରାଟ ସହ ଭ।ରତବ।ସୀଙ୍କୁ ବିଭ୍ରାନ୍ତି କରିବ।କୁ ଚେଷ୍ଟା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here