ଓଡ଼ିଶାର ୮୬ଟି ପେଟ୍ରୋଲ ପମ୍ପରେ ଲ।ଗିଛି ଚିପ୍ସ !

0
335

ଭୁବନେଶ୍ୱର : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଯାହା ସନ୍ଦେହ କରୁଥିଲା ତାହା ସତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୮୬ଟି ପେଟ୍ରୋଲ ପମ୍ପରେ ତେଲ ଠକିବା ପାଇଁ ଚିପ୍‌ସ ଲଗା ଯାଇଥିବା ସ।ମନ।କୁ ଆସିଛି । ନିକଟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିବ। ରାଜ୍ୟରେ ପେଟ୍ରୋଲ ପମ୍ପରେ ବେଧଡ଼କ ତେଲ ଠକେଇ ଘଟଣାକୁ ସୁଚ।ଉଛି ।

ଚିଠିରେ ଲେଖା ରହିଛି , କିଛି ମାସ ତଳେ ଉତ୍ତର ପ୍ରଦେଶରରେ ପେଟ୍ରୋଲ ପମ୍ପରେ ଚିପ୍‌ ଲଗାଇ ତେଲ ଠକୁଥିବା ର‍୍ୟାକେଟ୍‌ର ପର୍ଦ୍ଦାଫାସ ହୋଇଛି । ଏଥିରେ ଗିରଫ ହୋଇଥିବା ଅଭିଯୁକ୍ତ ଓଡ଼ିଶାର ୮୬ଟି ପେଟ୍ରୋଲ ପମ୍ପରେ ଚିପ୍‌ସ ଲଗାଇଥିବା ସ୍ୱୀକାର କରିଥିଲା। ତେଣୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହାର ଏକ ରିପୋର୍ଟ ମନ୍ତ୍ରଣାଳୟକୁ ପ୍ରଦ।ନ କରିବ।କୁ କୁହ।ଯ।ଇଛି ।

ଅନ୍ୟପଟରେ ଉତ୍ତର ପ୍ରଦେଶ ଘଟଣାକୁ ନେଇ ଗତ ମେ’ମାସରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବୈଧ ମାନ ବିଜ୍ଞାନ ପକ୍ଷରୁ ରାଜଧାନୀର ୨୦ଟି ପେଟ୍ରୋଲ ପମ୍ପ ଉପରେ ତେଲ ଠକେଇ ଅଭିଯୋଗରେ ଚଢ଼ଉ କର।ଯ।ଇଥିଲ। । ବିଭାଗର ୪ଟି ଟିମ୍‌ ଏକା ସାଙ୍ଗରେ ରାଜଧାନୀର ରାମମନ୍ଦିର, ୟୁନିଟ-୧, ୟୁନିଟ-୨, ଡେଲଟା, ଖଣ୍ଡଗିରି, ରବି ଟକିଜ, ରସୁଲଗଡ଼, ସହିଦନଗର ଭଳି ୨୦ଟି ସ୍ଥାନରେ ଥିବା ପେଟ୍ରୋଲ ପମ୍ପରେ ଚଢ଼ଉ କରିଥିଲେ। ଅଧିକାରୀମାନେ ପେଟ୍ରୋଲ ପମ୍ପରେ ଲାଗିଥିବା ମେସିନ୍‌କୁ ଟିକ୍ ନିଖ୍ କରି ଯାଞ୍ଚ କରିଥିଲେ।
ତେବେ ଜୟ ଅଟୋ ସେଣ୍ଟର, ଲିଙ୍ଗରାଜ ଫିଲିଙ୍ଗ୍‌ ଷ୍ଟେସନ୍‌, ରାଜପଥ ମୋଟର୍ସ, ଲକ୍ଷେ୍ଵଶ୍ୱର ଫିଲିଙ୍ଗ ଷ୍ଟେସନ ଓ ଚନ୍ଦ୍ରଶେଖରପୁରରେ ଥିବା ପେଟ୍ରୋଲ ପମ୍ପରେ ଅନିୟମିତତା ହୋଇଥିବା ଧର।ପଡିଥିଲ।। ଏଥିପାଇଁ ବିଭାଗ ପକ୍ଷରୁ ୪୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।
ଏ ସମ୍ପର୍କରେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ରାଜ୍ୟରେ ଥିବା ସମସ୍ତ ପେଟ୍ରୋଲ ପମ୍ପରେ ଚଢ଼ଉ କରାଯିବ। ଯେଉଁ ପେଟ୍ରୋଲ ପମ୍ପରେ ଠକେଇ ହୋଇଥିବା ଜଣାପଡ଼ିବ, ସେ ନେଇ ସରକାରଙ୍କୁ ଅବଗତ କରାଯିବ। ଏହାସହ ସେସବୁ ପେଟ୍ରୋଲ ପମ୍ପ ଗୁଡ଼ିକର ଲାଇସେନ୍ସ ରଦ୍ଦ କରିବାକୁ ସୁପାରିସ କରାଯିବ ।

LEAVE A REPLY

Please enter your comment!
Please enter your name here