ଆହୁରି ୪୮ ଘଣ୍ଟା, ଚାଷୀ କୂଳ ହନ୍ତସନ୍ତ ।

0
139

ଭୁବନେଶ୍ୱର :ଡିସେମ୍ବର ୦୯(ଓଡିଶା ରିଡ଼ର୍)ଭୁବନେଶ୍ବର ପ।ଣିପ।ଗ କେନ୍ଦ୍ରର ସୂଚନାନୁସାରେ ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଅନେକ ସ୍ଥାନରେ ବର୍ଷିବ। ଏହି ସମୟ ମଧ୍ୟରେ ଗଜପତି, ଗଞ୍ଜାମ, ଖୋର୍ଧା, ଢେଙ୍କାନାଳ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର ଆଦି ଜିଲ୍ଲା ମଧ୍ୟରୁ କିଛି ସ୍ଥାନରେ ପ୍ରବଳ ବର୍ଷା ବା ଲଗାଣ ବର୍ଷା ହୋଇପାରେ। ଅବପାତ ଘନୀଭୂତ ହେବା ଯୋଗୁଁ ଉପକୂଳରେ ଘଣ୍ଟାକୁ ୪୫ରୁ ୫୫ କି.ମି. ବେଗରେ ପବନ ବହୁଛି। ଏହାର ବେଗ ସର୍ବାଧିକ ୬୫ କି.ମି. ରହିଛି। ଫଳରେ ସମୁଦ୍ର ଅଶାନ୍ତ ହୋଇରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଜାରି ହୋଇଛି। ଆଗାମୀ ୧୨ରୁ ୨୪ ଘଣ୍ଟା ମଧ୍ୟରେ ଅବପାତଟି ଉପକୂଳ ଛୁଇଁବା ପରେ ପୁନର୍ବାର ସମୁଦ୍ରରେ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଯଦିଓ ବର୍ଷା ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ହେବ, ଅଳ୍ପ କିଛି ସ୍ଥାନରେ ୧୨/୧୩ ତାରିଖ ପର୍ଯ୍ୟନ୍ତ ହୋଇପାରେ।
ପାଣିପାଗ କେନ୍ଦ୍ର ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସାଢ଼େ ୮ଟା ସୁଦ୍ଧା ପୁରୀରେ ସର୍ବାଧିକ ୩୬ ମିଲିମିଟର ବର୍ଷା ହୋଇଛି। ସେହପରି ଭୁବନେଶ୍ୱରରେ ୧୬ ମି.ମି., ଚାନ୍ଦବାଲିରେ ୯ ମି.ମି. ହୋଇଛି। ପାରାଦୀପରେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ୧୨ ମି.ମି., କଟକରେ ୪ ମି.ମି., ବାଲେଶ୍ୱରରେ ୧ ମି.ମି. ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳ, ସମସ୍ତ ରାଜସ୍ୱ କମିସନର, କୃଷି, ସମବାୟ, ଖାଦ୍ୟ ଯୋଗାଣ ବିଭାଗ ସଚିବ, କୃଷି ନିର୍ଦେଶକଙ୍କୁ କହିଛନ୍ତି।
ଗତକାଲି ବର୍ଷା ପାଗ ଯୋଗୁଁ ଦିନରେ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା। ଆକାଶ ମେଘୁଆ ଥିବା ଯୋଗୁଁ ଅନେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଅନ୍ୟପକ୍ଷରେ ସର୍ବନିମ୍ନ ତାପମାତ୍ରା(ରାତି) କେତେକାଂଶ ବୃଦ୍ଧି ପାଇଛି। ଉପକୂଳ ବାଲେଶ୍ୱରଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଆଡ଼େ ସର୍ବୋଚ୍ଚ ତାପମାତ୍ରା ୨୦ରୁ ୨୪° ମଧ୍ୟରେ ରହିଛି। ଗତକାଲି କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୧.୩° ଥିବା ବେଳେ ସୁନ୍ଦରଗଡ଼ରେ ୧୧.୫°, ଫୁଲବାଣୀରେ ୧୨°, ଭୁବନେଶ୍ୱରରେ ୧୯.୨° ରେକର୍ଡ କରାଯାଇଥିବା ପ।ଣିପ।ଗ ବିଭାଗ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here