ଦକ୍ଷିଣ ଓ ଉପକୂଳ ଓଡିଶାରେ   ପବନର ବେଗ ଘଣ୍ଟା ପ୍ରତି ୫୦ ସହିତ ପ୍ରବଳ ବର୍ଷିବ

0
810

ଭୁବନେଶ୍ବର: ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଲଘୁଚାପ ଅଧିକରୁ ଅଧିକ ଘନୀଭୂତ ହୋଇ ଭୀଷଣ ଅବପାତ ରୂପ ନେଇଛି । ଏହା ଘଣ୍ଟାକୁ ୩୩ କିଲୋମିଟର ବେଗରେ  ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଶୁକ୍ରବାର ଅପହରାହ୍ନ ୫ଟା ସୁଦ୍ଧା ଏହା ଗୋପଳପୁର ବନ୍ଦର ଠାରୁ ୩୮୦ କିଲୋମିଟର ଦୂରରେ ଓ ମଛଲିପଟନମଠାରୁ ୫୯୦ କିଲୋମିଟର ଦୂରେ କେନ୍ଦ୍ରୀଭୂତ ଥିଲା। ଶନିବାର ସକାଳେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆସନ୍ତ ୧୨ ଘଣ୍ଟା ମଧ୍ୟରେ ଏହା ଭୀଷଣ ଅବପାତରେ ପରିଣତ ହୋଇ ତାପର ୧୨ ଘଣ୍ଟାରେ ପୁଣି ଅବପାତରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାର ୧୦ ଟି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି।

ଏହି ସମୟରେ ଉପକୂଳ ଓଡିଶାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ବେଳେ ବେଳେ ପବନର ଗତି ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୦ କିଲୋମିଟର ରେ ପହଞ୍ଚିପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ସମୁଦ୍ର ମଧ୍ୟକୁ ମତ୍ସଜୀବୀମାନେ ନଯିବା ପାଇଁ ବ।ରଣ କରାଯାଇଛି।

LEAVE A REPLY

Please enter your comment!
Please enter your name here