ଯେଉଁମାନେ ବୁଲେଟ୍‌ ଟ୍ରେନ୍‌କୁ ବିରୋଧ କରୁଛନ୍ତି, ସେମାନେ ବଳଦ ଗାଡ଼ିରେ ଯାତାୟାତ କରି ପାରନ୍ତି: ପ୍ରଧାନମନ୍ତ୍ରୀ

0
200

ଆମୋଦ :ଭାରୁଚ ନିକଟସ୍ଥ ଆମୋଦ ଠାରେ ଏକ ରାଲିରେ ଉଦ୍‌ବୋଧନ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି । ଅହମଦାବାଦ-ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌ ଚଳାଚଳ ପ୍ରକଳ୍ପକୁ ବିରୋଧ କରୁଥିବା କଂଗ୍ରେସ ଏବଂ ଅନ୍ୟ ବିରୋଧୀମାନେ ଯାତାୟାତ ପାଇଁ ଶଗଡ଼ ବ୍ୟବହାର କରନ୍ତୁ।
ଏହି ବାଟ ଦେଇ ବୁଲେଟ୍‌ ଟ୍ରେନ୍‌ ଯିବା ଆସିବା କରିବ। ଜାପାନ ଠାରୁ ସଫ୍‌ଟ୍‌ ଲୋନ୍‌ରେ ଅଣାଯାଇ ଆରମ୍ଭ ହେଉଥିବା ଏହି ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଯାତାୟାତକୁ ଦ୍ରୁତତର କରିବା ସହ ବହୁ କର୍ମସଂସ୍ଥାନ ମଧ୍ୟ ସୃଷ୍ଟି କରିବ। ଯେଉଁମାନେ ବୁଲେଟ୍‌ ଟ୍ରେନ୍‌କୁ ବିରୋଧ କରୁଛନ୍ତି, ସେମାନେ ବଳଦ ଗାଡ଼ିରେ ଯାତାୟାତ କରି ପାରନ୍ତି। ଆମେ ଆମ ସୁବିଧାନୁସାରେ କାମ କରିବୁ, ତୁମେ ତୁମ ସୁବିଧା ଅନୁସାରେ କର।
କଂଗ୍ରେସ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପକୁ କାହିଁକି ସମାଲୋଚନା କରୁଛି ତାହା ମଧ୍ୟ ମୋଦି ପ୍ରକାଶ କରିଥିଲେ। କଂଗ୍ରେସ ବଡ଼ ବଡ଼ ଘୋଷଣା କରି ଏହି ପ୍ରକଳ୍ପକୁ ଆରମ୍ଭ କରି ପାରିନ ଥିଲା। ୨୦୧୨ରେ ନୂଆଦିଲ୍ଲୀ ଠାରେ ଡକ୍ଟର ମନମୋହନ ସିଂହ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଘୋଷଣା କରିଥିଲେ। କିନ୍ତୁ ତାଙ୍କ ସରକାର ତାଙ୍କ ସରକାର ସଫ୍‌ଟ୍‌ ଲୋନ୍‌ ପାଇଁ ଜାପାନ ସହ ବୁଝାମଣା କରି ପାରି ନଥିଲା। କିନ୍ତୁ, ବିଜେପି ଶ।ସନକୁ ଆସିବା ପରେ ଋଣ ପାଇବାରେ ସମର୍ଥ ହୋଇଛି ଏବଂ କାମ ମଧ ୍ୟଆରମ୍ଭ କରିଛି।
କଂଗ୍ରେସକୁ ବିକାଶ ବିରୋଧୀ ବୋଲି ଅଭିହିତ କରି ମୋଦି କହିଛନ୍ତି, କଂଗ୍ରେସ ସହ ମୋର ଏକମାତ୍ର ସମସ୍ୟା ହେଉଛି, କଂଗ୍ରେସ ବିକାଶମୂଳକ ପ୍ରକଳ୍ପର ବିରୋଧ କରୁଛି। କାରଣ ସେମାନେ ଏହାକୁ ଘୋଷଣା କରି ମଧ୍ୟ କ।ର୍ଯ୍ୟକ।ରି କରିପାରି ନାହାନ୍ତି।

LEAVE A REPLY

Please enter your comment!
Please enter your name here