୭୯ ବର୍ଷ ବୟସରେ ବଲିଉଡ ଅଭିନେତା ଶଶୀ କାପୁରଙ୍କର ଦେହାନ୍ତ ।

0
287

ମୁମ୍ବାଇ: ଆଜି ମୁମ୍ବାଇର ଏକ ହସପିଟାଲରେ ପ୍ରଖ୍ୟାତ ବଲିଉଡ ଅଭିନେତା ଶଶୀ କାପୁରଙ୍କର ଦେହାନ୍ତ ହୋଇଯାଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତ।ଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ମୁ୍ମ୍ବାଇର କୋକିଲା ବେନ ହସପିଟାଲରେ ଶଶୀ କାପୁର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।  ସେ ୨୦୧୫ରେ ପଦ୍ମ ଭୁଷଣ ଓ ପୂର୍ବରୁ ଦାଦା ସାହେବ ଫାଲକେ ପରି ପୁରସ୍କାର ପାଇଥିଲେ ।୧୯୪୦ରେ ଶିଶୁ କଳାକାର ଭାବେରେ ବଲିଉଡ  ସିନେମାରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୬୦-୧୯୮୦ ବଲିଉଡରେ ସେ ବେଶ ସକ୍ରିୟ ଥିଲେ। ୧୯୬୧ରେ ଧର୍ମପୁତ୍ରରେ ମୁଖ୍ୟ ଅଭିନେତା ଭୂମିକାରେ ଅଭିନୟ କରିଥିଲେ। ମୁକ୍ତି , ରୋଟି –କପଡା-ମକାନ, ବମ୍ବେ ଟକିଜ, କାଲାପାନି, ଘର ଏକ୍‌ ମନ୍ଦିର, ଜୁନୁନ, ଚୋର ମଚାଏ ସୋର, ନମକ ହଲାଲ୍‌, ସତ୍ୟମ ଶିବମ ସୁନ୍ଦରମ, ଦିଓ୍ୱାର ପରି ଅନେକ ଲୋକପ୍ରିୟ ସିନେମାରେ ସେ ମୁଖ୍ୟ ଅଭିନେତା ଭାବେ କାମ କରିଛନ୍ତି ।

ବୟସ ଅଧିକ କାରଣରୁ ତାଙ୍କର ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହେଉଥିବାରୁ ଦୀର୍ଘ ଦିନରୁ ଏଥିପାଇଁ ତାଙ୍କୁ ଚିକିତ୍ସା କରାଯାଉଥିଲା। ଶଶୀ କାପୁରଙ୍କ ଦେହାନ୍ତରେ ବରିଷ୍ଠ ବଲିଉଡ କଳାକାରମାନେ ଦୁଖଃ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କ।ମନ। କରିଛନ୍ତି ।

LEAVE A REPLY

Please enter your comment!
Please enter your name here