ଝାରସୁଗୁଡାରେ ଅଏଲ ଟର୍ମିନାଲ ଲୋକାର୍ପିତ କଲେ ଧର୍ମେନ୍ଦ୍ର ପ୍ରଧାନ ।

0
299

ଝାରସୁଗୁଡା :ପୂର୍ବ ଭାରତର ବିକ।ଶରେ ଓଡିଶା ର।ଜ୍ୟ ଏବଂ ଝାରସୁଗୁଡା ଜିଲ୍ଲାର ଅପାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବ ଭାରତ ବିକାଶ ପ୍ରାଥମିକତାରେ ଏହି ଜିଲ୍ଲା ସମ୍ପୂର୍ଣ ବିକାଶରେ ଏକ ପ୍ରମୁଖ ଅଂଚଳ ହୋଇ ପାରିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡା ଠାରେ ରାଷ୍ଟ୍ରାୟତ ଉଦ୍ୟୋଗ ଇଣ୍ଡିଆନ ଅଏଲ ଟର୍ମିନାଲ ସମେତ ପାରାଦୀପ- ରାୟପୁର- ରାଂଚି ପାଇପଲାଇନ, ଜଟଣୀର ପରିବର୍ଧିତ ତଥା ଝାଡଖଣ୍ଡର ରାଂଚି ଅଏଲ ଟର୍ମିନାଲ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ପେଟ୍ରୋଲ, ଡିଜେଲ ଓ କିରୋସିନକୁ ସଡକ ମାର୍ଗରେ ପରିବହନ ପରିବର୍ତେ ପାଇପଲାଇନ ଯୋଗେ ସହଜରେ ଓ କମ ଖର୍ଚରେ ପରିବହନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିକାଶର ପ୍ରମୁଖ ମାପଦଣ୍ଡ ମଧ୍ୟରେ ଶକ୍ତିର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି । ଝାରସୁଗୁଡା ଠାରେ ଏହି ଟର୍ମିନାଲକୁ ପାରାଦୀପ – ରାୟପୁର- ରାଂଚି ପାଇପଲାଇନ ଦ୍ୱାରା ସଂଯୁକ୍ତ କରାଯିବା କାରଣ ଓଡିଶାର ସମ୍ପୂର୍ଣ ପଶ୍ଚିମାଂଚଳରେ ନିରନ୍ତର ଓ କମ ମୂଲ୍ୟରେ ଇନ୍ଧନ ଯୋଗାଣ ସୁଗମ ହେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଖୁବ ଶୀଘ୍ର ଏଚପିସିଏଲ ଓ ବିପିସିଏଲ ଦ୍ୱାରା ଆଉ ଗୋଟିଏ ଅଏଲ ଟର୍ମିନାଲ ଝାରସୁଗୁଡା ଜିଲ୍ଲାରେ ପ୍ରତିଷ୍ଠା ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୮୦୦ କୋଟି ଟଙ୍କା ବ୍ୟୟରେ ପାଇପଲାଇନ ଓ ଟର୍ମିନାଲରେ ଖର୍ଚ ହେଉଥିବା ବେଳେ କେବଳ ଝାରସୁଗୁଡା ଟର୍ମିନାଲ ପ୍ରକଳ୍ପରେ ୧୪୦ କୋଟି ଟଙ୍କା ଖର୍ଚ ହେଉଛି । ପାରାଦୀପ ପରିବର୍ତେ ଝାରସୁଗୁଡାରୁ ଟ୍ରକ ଯୋଗେ ଓଡିଶାର ପଶ୍ଚିମାଂଚଳ ଜିଲ୍ଲାକୁ ପେଟ୍ରୋଲ, ଡିଜେଲ ଓ କିରୋସିନ ଯିବ । ଏହା ଦ୍ୱାରା ସ୍ଥାନୀୟ ସ୍ତରରେ ଲୋକ ମାନେ ବ୍ୟବସାୟ ଓ ନିଯୁକ୍ତି ସୁଯୋଗ ପାଇବା ସହ ସ୍ଥାନୀୟ ଅର୍ଥନୀତି ପାଇଁ ଏହା ସହାୟକ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବ ଭାରତରେ ଯିବାକୁ ଥିବା ନ୍ୟାଚୁରାଲ ଗ୍ୟାସ ପାଇପଲାଇନ ଉତର ପ୍ରଦେଶର ଫୁଲପୁର ଠାରୁ ବାହାରି ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଓଡିଶା ସମେତ ରାଜ୍ୟ ଦେଇ ଯିବା ବେଳେ ଝାରସୁଗୁଡା ଜିଲ୍ଲା ମଧ୍ୟ ଏଥିରେ ସଂଯୁକ୍ତ ରହିବ । ପାଇପ ଯୋଗେ ଘରକୁ ପାଣି ଆସିବା ପରି ଘର ଘରକୁ ଶସ୍ତା ମୂଲ୍ୟରେ ରୋଷେଇ ଘରେ ଗ୍ୟାସ ପହଂଚା ଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସ୍ୱାଧୀନତାର ୭୦ ବର୍ଷ ପରେ ଘରେ ପାଇଖାନା ନ ଥିବା କାରଣରୁ ସୂର୍ଯ୍ୟାସ୍ତ ପରେ ହିଁ ମହିଳା ମାନେ ଶୌଚ ହେବା ପାଇଁ ବାହାରୁ ଥିଲେ । ମୋଦି ଗରୀବ ଘରୁ ଆସିଥିବା କାରଣରୁ ଚୁଲି ଧୁଆଁରୁ ମୁକ୍ତି ହେଉ ବା ଘରେ ଶୌଚାଳୟ ପରି ଯୋଜନା ପ୍ରବର୍ତନ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ମୋଦିଙ୍କ ଗରୀବ କଲ୍ୟାଣ ଯୋଜନା ଯୋଗୁ ଜନତାର ପ୍ରିୟ ହୋଇଛନ୍ତି ବୋଲି ସେ କହିଛନ୍ତି ।

ଝାରସୁଗୁଡା ଜିଲ୍ଲାର ବିକାଶ ପାଇଁ ସାଂସଦ ଓ ଝାରସୁଗୁଡା ଓ ବ୍ରଜରାଜନଗରର ବିଧାୟକଙ୍କ ସହ ମିଶି ଦିଲ୍ଲୀରେ ଯୋଜନା ପ୍ରସ୍ତୁତ କରିବା ପାଇଁ ଦିଲ୍ଲୀ ଆସିବା ପାଇଁ ଶ୍ରୀ ପ୍ରଧାନ ନିମନ୍ତ୍ରଣ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here