ବିଜେପି ପାଇଁ ଭାଷା ପାଉନି : ଡ଼. ଦ।ମୋଦର ର।ଉତ ।

0
371

ଭୁବନେଶ୍ୱର : ଆଜି ଚ।ଷୀ ସମସ୍ୟାର ଏକ ପ୍ରଶ୍ନର ଉତ୍ତରରେ ଡ଼. ର।ଉତ କହିଲେ । ମୁଁ ଚଷା ପୁଅ, ଚ।ଷୀଟିଏ କେଉଁ ପରିସ୍ଥିତି ଦେଇ ଗତିକରେ ମୋତେ ଭଲଭାବେ ଜଣା। ଚାଷୀର ଦରଦ ମୁଁ ବୁଝିଛି  । ସେମାନେ ବେପାରୀ ଘରର ପୁଅ  । ବେପାରୀ କେମିତି ଚାଷୀର ଦରଦ ବୁଝିବେ ବୋଲି କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓଲଟା ପ୍ରଶ୍ନ କରିଛନ୍ତି। ବିଜେପିର ସଚିବାଳୟ ଘେରାଉର ପ୍ରତିକ୍ରିୟା ବ୍ୟକ୍ତ କରି ଏଭଳି କହିଛନ୍ତି ଡ଼. ର।ଉତ । ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଅବହେଳା କରୁନାହାନ୍ତି  । ରୋଗ ପୋକ ଲାଗି କିଛି ଜମିରେ ଫସଲ ନଷ୍ଟ ହୋଇଛି  । ସରକାର ସେ ଦିଗପ୍ରତି ସଚେତନ ଅଛନ୍ତି । ଯଦି ସରକାର ଭୁଲ୍ କରିବେ ଲୋକେ ଆସନ୍ତା ନିର୍ବାଚନରେ ଶ।ସ୍ତି ଦେବେ । ଲୋକେ ସରକାର ନିର୍ବାଚିତ କରିଛନ୍ତି । ସରକ।ରବି ଲୋକଙ୍କ କଥ। ବୁଝୁଛନ୍ତି । ଆଉ ବୁଝିବେ ମଧ୍ୟ । ଯଦି ସେମାନଙ୍କର ଏତେ ଦରଦ ଲୋକେ ସେମାନଙ୍କୁ ଭୋଟ ଦେଲେନି କାହିଁକି ବୋଲି ଦାମ ପ୍ରଶ୍ନ କରିଛନ୍ତି  । ନିଜର ସଂସ୍କୃତି, ବୃତି ଓ ଧର୍ମ ପ୍ରତି ସେମାନଙ୍କର ଆସକ୍ତି ନାହିଁ  । ବାହାର ଲୋକଙ୍କୁ ଘରକୁ ଆଣି ଅପପ୍ରଚାର କରୁଛନ୍ତି  । ସେମାନଙ୍କୁ କେଉଁ ଭାଷାରେ ସମାଲୋଚନା କରିବି ଭାଷା ପାଉନାହିଁ ଏପରି କଟୁ ସମ।ଲୋଚନ। କରିଛନ୍ତି ଡ଼. ର।ଉତ ।

LEAVE A REPLY

Please enter your comment!
Please enter your name here