ଶୀତ ଅଧିବେଶନରେ ଚାଷୀ ଓ ମହାନଦୀ ପ୍ରସଙ୍ଗରେ ବିଜେଡି ସହ କଂଗ୍ରେସ ସ୍ବର ମିଶ।ଇବ !

0
172

ଭୁବନେଶ୍ୱର: ଆସନ୍ତ। ବିଧାନସଭାର ଶୀତ ଅଧିବେଶନରେ ବିଜେପି ଓ କଂଗ୍ରେସ ଚାଷ ଓ ଚାଷୀ ଆତ୍ମହତ୍ୟା।କୁ ମୁଖ୍ୟ ପ୍ରସଙ୍ଗ କରିବ । ଏହି ପ୍ରସଙ୍ଗଟିକୁ ଏଡ।ଇବ। ପ।ଇଁ ଶ।ସକ ଦଳ ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଟ୍ରିବ୍ୟୁନାଲ ଗଠନରେ ବିଳମ୍ୱ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କେନ୍ଦ୍ରର ଅଣଦେଖ। ଚାଷୀ ପ୍ରସଙ୍ଗରୁ ନିସ୍ତ।ର ପ।ଇବ। ପ।ଇଁ ବିଜେଡି ମୁଖ୍ୟ ବିରୋଧିଦଳ କଂଗ୍ରେସ ସହିତ ହାତ ମିଳାଇ କେନ୍ଦ୍ର ବିରୋଧରେ ଆନ୍ଦୋଳନ କରି ବିଧାନସଭାକୁ ଅଚଳ କରିପ।ରେ।
ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ମହାନଦୀ ଟ୍ରିବ୍ୟୁନାଲ ଗଠନ ବିଜ୍ଞପ୍ତି ପ୍ରକାଶ ନ କରନ୍ତି । ତେବେ ଏହା କେନ୍ଦ୍ର ବିରୋଧରେ କଂଗ୍ରେସ ଓ ବିଜେଡିକୁ ପ୍ରମୁଖ ଅସ୍ତ୍ର ଭ।ବେ ସୁଯୋଗ ମିଳିଯିବ। ଏ ପ୍ରସଙ୍ଗରେ ଗୃହ ଅଚଳ କରିବାକୁ ଶାସକ ବିଜେଡିକୁ ଅପୂର୍ବ ସୁଯୋଗ ମିଳିଯିବ। ଯଦି ସୋମବାର ସୁଦ୍ଧା ମହାନଦୀ ଟ୍ରିବ୍ୟୁନାଲ ଗଠନ ବିଜ୍ଞପ୍ତି ପ୍ରକାଶ ପାଇଯାଏ ତେବେ ଏହି ଅସ୍ତ୍ର ବିଜେଡି ହାତରୁ ଖସିଯିବ। ଏ ବିଷୟରେ କଂଗ୍ରେସ ମଧ୍ୟ ହାତଛଡା କରିବ ନାହିଁ। ବିଜେପିକୁ ଏକ ଘରିକିଆ କରି କଂଗ୍ରେସ ନିଜର ଗଡ ବଜାୟ ରଖିବା ପାଇଁ ବିଜେଡି ସହିତ କ।ନ୍ଧ ମିଳାଇବା ପାଇଁ ସଙ୍କୋଚ ପ୍ରକାଶ କରିବ ନ।ହିଁ ।

ଅନ୍ୟ ପ୍ରସଙ୍ଗଟି ହେଉଛି ଚାଷୀ। ମରୁଡି ଓ ଚକଡା ପୋକ ଯୋଗୁଁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢିବାରେ ଲାଗିଛି। ଏହି ପ୍ରସଙ୍ଗରେ ବିଜେଡି ସମାଲୋଚିତ ହେବାର ଆଶଙ୍କା ରହିଛି। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସମାଲୋଚନାରୁ ରକ୍ଷା ପାଇବା ପାଇଁ ବିଜେଡି ପ୍ରଥମରୁ ଗଳା ବାଟ ପ୍ରସ୍ତୁତ କରି ରଖିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ସରକାରୀ ଦଳ ଉପମୁଖ୍ୟ ସଚେତକ ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଦାବିକୁ କେନ୍ଦ୍ର ସରକାର କୃଷି ମନ୍ତ୍ରାଳୟ ଅଗ୍ରାହ୍ୟ କରିଦେଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରାଳୟ ଅଗ୍ରାହ୍ୟକୁ ଆଳ କରି ଶାସକ ବିଜେଡି ବିଧାନସଭା ଅଧିବେଶନ ଆରମ୍ଭରୁ କଂଗ୍ରେସ ସହାୟତାରେ ଗୃହକୁ ଅଚଳ କରିବ। ଫଳରେ ରାଜ୍ୟରେ ନକଲି କୀଟନାଶକ ବିକ୍ରୀ ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିରୋଧି ଦଳର ସମାଲୋଚନାରୁ ବିଜେଡି ରକ୍ଷା ପାଇଯିବାର ସମ୍ଭାବନା ରହିଛି। କାରଣ ଏହି ପ୍ରସଙ୍ଗରେ ବିଧାନ ସଭା ଏକ ସଂକଳ୍ପ ପାରିତ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସମୟ ମାଗିଥିଲା। ତେଣୁ କଂଗ୍ରେସ ଏହି ପ୍ରସଙ୍ଗରେ ବିଜେଡି ସମର୍ଥନ କରି ବିଜେପିକୁ ଏକ ଘରିକିଆ କରିବାକୁ ହାତଛଡା କରିବ ନାହିଁ।

ଏହ।ଛଡ। ଅନ୍ୟ ଯେଉଁ ପ୍ରସଙ୍ଗ ଗୁଡିକ ଆଲୋଚନା ହେବାର ସମ୍ଭାବନା ରହିଛି ତାହା ହେଲା କୁନ୍ଦୁଲି ଗଣଧର୍ଷଣ, ଆଇନଶୃଙ୍ଖଳା ପରିସ୍ଥିତି, ପିସି କାରବାର ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି। କିନ୍ତୁ ପୂର୍ବରୁ ଦେଖ।ଦେଇଛି ଶାସକ ବିଜେଡି କିପରି ବିଭିନ୍ନ ପ୍ରସଙ୍ଗକୁ ମୁକାବିଲା କରେ । ତେଣୁ ଆଗାମୀ ଅଧିବେଶନରେ ବିଜେଡି ନିଜର ସମସ୍ତ ଦୋଷ ଦୁର୍ବଳତାକୁ ବିଜେପି ଉପରେ ଢାଳି ଖସିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁକରି ଶ।ସକ ବିଜେଡ଼ି କଂଗ୍ରେସ ସହ ହ।ତ ମିଳ।ଇ ଏହି ଶୀତକ।ଳିନ ଅଧିବେଶନ ରେ ନିଜର ସଫେଇ ଦବ।କୁ ପୂର୍ଣ୍ଣ ମ।ତ୍ର।ରେ ଚେଷ୍ଟା କରିବ ।

LEAVE A REPLY

Please enter your comment!
Please enter your name here