ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାରକୁ ଏକ ମ।ସ ପୁରିଲ। ।

0
514

ନୁଆଦିଲ୍ଲୀ: ବହୁ ଚର୍ଚ୍ଚିତ ଜୋଡ।ମୁଣ୍ଡ ଶିଶୁ ଜଗ।ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାରକୁ ଏକ ମ।ସ ପୁରିଛି । ହେଲେ ଏଯାବତ କାଳିଆର ଚେତା ଫେରିନି । ନୂଆଦିଲ୍ଲୀ ଏମସର ପକ୍ଷରୁ ଏହି ସୂଚନା ମିଳିଛି। ଜଗା ଖିଆ ପିଆ କରୁଛି ପିତା ମ।ତ।ଙ୍କ ସହିତ ଅଧିକାଂଶ ସମୟ ଖେଳର କଟାଉଛି ।ହେଲେ କାଳିଆର ଚେତା ସମୂର୍ଣ୍ଣ ଫେରିନି । କ୍ରିଟିକାଲ କେୟାର ବିଶେଷଜ୍ଞମାନେ କାଳିଆ ଉପରେ ନିୟମିତ ନଜର ରଖିଛନ୍ତି । ହୃତପିଣ୍ଡ, କିଡନି ଓ ଲିଭର ଆଦି ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ଠିକ୍ ଥିବାବେଳେ ତାକୁ ବାରମ୍ବାର ବାତ ମାରିବା ସମସ୍ୟାରେ କିଛି ପରିମାଣରେ ଉନ୍ନତି ଆସିଛି । ଏହି ମାସକ ଭିତରେ କାଳିଆ ୫ରୁ ୬ଥର ଗୋଡ଼ ହଲାଇଥିଲା ଓ ଅଧା ଆଖି ଖୋଲିଥିଲା ବୋଲି ସୂଚନା ମିଳିଛି ।

ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଯେଉଁ ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା ସେଥିରେ ମୁଣ୍ଡକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରାଯାଇ ନଥିବାରୁ ସଂକ୍ରମଣ ନହେବ ସେ ଦିଗପ୍ରତି ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here