ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପ।ରନ୍ତି ଯୁବର।ଜ ସିଂ !

0
583

ନୂଆଦିଲ୍ଲୀ: ସମୟ ଥିଲ। ଛଅଟି ବଲରେ ଛଅଟି ଛକ। ମ।ରି ଭ।ରତୀୟ କ୍ରିକେଟ ପ୍ରେମୀ ଯୁବରାଜ ସିଂହ ଟିମ୍ କୁ ଫେରିବା ପ।ଇଁ ଦିନ ର।ତି ଏକ କରି ଦେଇଛନ୍ତି । ୟୋ-ୟୋ ଟେଷ୍ଟରେ ପାସ୍ କରିବା ପାଇଁ ସେ ଜୋରଦାର ପରିଶ୍ରମ ଚଳ।ଇଛନ୍ତି ।କିନ୍ତୁ ବିସିସିଆଇ ତାଙ୍କ ଉପରେ ସନ୍ତୁଷ୍ଟ ନାହିଁ। କାରଣ ଏବେ ରଣଜୀ ସିଜିନ୍ ଚାଲିଛି। ଯୁବରାଜ ପଞ୍ଜାବ ତରଫରୁ ରଣଜୀ ଖେଳନ୍ତି। ପଞ୍ଜାବ ଏଯାବତ୍ ଚାରୋଟି ମ୍ୟାଚ୍ ଖେଳି ସାରିଛି। ସେଥି ମଧ୍ୟରୁ ଯୁବରାଜ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଛନ୍ତି। ଏଥିରେ ଯୁବର।ଜ ମାତ୍ର ୨୦ ଓ ୪୨ ରନ୍‌ର ଦୁଇଟି ପାଳି ଖେଳିଛନ୍ତି। କୌଣସି ପ୍ରକାର ଆଘାତ ଲାଗି ନଥିବା ସତ୍ତ୍ୱେ ଯୁବରାଜ ରଣଜୀ ମ୍ୟାଚ୍ ନ ଖେଳି ଏନ୍‌ସିଏରେ ଝାଳ ବୁହାଉଥିବା କଥାକୁ ନେଇ ବିସିସିଆଇ ଅସନ୍ତୋଷ ପ୍ରକାଶ କରିଛି ।
ନିକଟରେ ୩୮ ବର୍ଷୀୟ ଫାଷ୍ଟ ବୋଲର ଆଶିଷ ନେହେରା ନିଜ ହୋମ୍‌ଗ୍ରାଉଣ୍ଡ ଫିରୋଜଶାହ କୋଟଲାରେ ଅବସର ନେଇଛନ୍ତି । ଏଣୁ ଶୁଣିବ।କୁ ମିଳୁଛି ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ସିରିଜ୍‌ରେ ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପ।ରନ୍ତି ।

ଶ୍ରୀଲଙ୍କା ସହିତ ପ୍ରଥମ ଦିନିକିଆ ମ୍ୟାଚ୍ ଧର୍ମଶାଳାରେ ଓ ଦ୍ୱିତୀୟ ମ୍ୟାଚ୍‌ଟି ମୋହାଲିରେ ଖେଳାଯିବ। ମୋହାଲି ହେଉଛି ଯୁବରାଜଙ୍କ ଘରୋଇପିଚ୍ । ସୂଚନା ଅନୁଯାୟୀ ବିସିସିଆଇ କୁଆଡ଼େ ଯୁବରାଜଙ୍କ ନିକଟକୁ ନିଜର ପରାମର୍ଶ ପଠାଇ ଦେଇଛି। ମୋହାଲି ମ୍ୟାଚ୍‌ରେ ସେ ଅବସର ଘୋଷଣା କରନ୍ତୁ ବୋଲି ବିସିସିଆଇ ପରାମର୍ଶ ଦେଇଛି। କିନ୍ତୁ ଯୁବରାଜଙ୍କ ଜଣେ ନିକଟତମ ବନ୍ଧୁ କହିଛନ୍ତି ଯେ ସେ କେବେ କ୍ରିକେଟରୁ ଅବସର ନେବେ ତାହା ନିର୍ଦ୍ଧାରଣ କରିବାକୁ ବିସିସିଆଇ କିଏ? ଯୁବରାଜ ଗତ ଚାରି ସପ୍ତାହ ହେଲାଣି ଏନ୍‌ସିଏରେ କଠିନ ପରିଶ୍ରମ କରୁଛନ୍ତି। ଏହି ମାସ ଶେଷରେ ଅନ୍ତିମ ୟୋ ୟୋ ଟେଷ୍ଟ ହେବାର ଅଛି। ତେଣୁ ସେ ସେଠାରେ ଝାଳ ବୁହାଉଛନ୍ତି। ସେଥିରେ ପାସ୍ କଲେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରିବେ। ଯୁବରାଜ ୨୦୧୯ ବିଶ୍ୱକପ୍ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ତ।ଙ୍କ ସ।ଥି କହିଛନ୍ତି ।

LEAVE A REPLY

Please enter your comment!
Please enter your name here