ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଳା ଓ ହାତ  କାଟିବା ପାଇଁ ଅନେକ ଲୋକ ପ୍ରସ୍ତୁତ ହୋଇ ରହିଛନ୍ତି:ରାବ୍ରୀ ଦେବୀ

0
369

ପାଟନା:ଲ।ଲୁ ଯ।ଦବଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଳା ଓ ହାତ  କାଟିବା ପାଇଁ ଅନେକ ଲୋକ ପ୍ରସ୍ତୁତ ହୋଇ ରହିଛନ୍ତି । ମଙ୍ଗଳବାର ଦିନ ଏକ ସଭାରେ ସେ ଏହ। କହିଛନ୍ତି।
ସୋମବାର ଦିନ ବିହାରର ବିଜେପି ମୁଖ୍ୟ ତଥା ଲୋକସଭା ସାଂସଦ ନିତ୍ୟାନନ୍ଦ ରାୟଙ୍କ ବିସ୍ଫୋରକ ବୟାନ ପରେ ରାବ୍ରୀ ଦେବୀ ଉ।ଗିଯ।ଇ ଏପରି ବୟାନ ଦେଇଛନ୍ତି। ନିତ୍ୟାନନ୍ଦ କହିଥିଲେ, ‘ଦେଶର ନେତୃତ୍ୱ ନେବା ପାଇଁ ମୋଦି ବହୁ କଠିନତାକୁ ସାମ୍ନା କରିଛନ୍ତି। ଯଦି କୌଣସି ହାତ କିମ୍ବା ଆଙ୍ଗୁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡ଼େ ଉଠୁଛି ତେବେ ତାହାକୁ ଭାଙ୍ଗି ଦିଆଯିବା କିମ୍ବା କାଟି ଦିଆଯିବା ଉଚିତ।’ ନିତ୍ୟାନନ୍ଦଙ୍କ ଏହି ବୟାନ ପରେ ବିବାଦ ସୃଷ୍ଟି ହୋଇଥିଲା।

ନିତ୍ୟାନନ୍ଦଙ୍କ ଏହି ମନ୍ତବ୍ୟରେ ର।ଗିଯାଇ ରାବ୍ରୀ ଦେବୀ କହିଛନ୍ତି, ‘କାହାର ହାତ ଓ ଆଙ୍ଗୁଳି କାଟିବ କାଟି ଦେଖାଅ, ଏପରି କରିବା ଦ୍ୱାରା କ’ଣ ଦେଶର ଲୋକେ ଓ ବିହାର ଲୋକେ ଚୁପ୍‌ ହୋଇ ବସିବେ ବୋଲି ଭାବୁଛନ୍ତି କି? ବିହାରରେ ମୋଦିଙ୍କ ହାତ ଓ ଗଳା କାଟିବା ପାଇଁ ଅନେକ ଲୋକ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ଜାଣି ରଖନ୍ତୁ।’
କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଙ୍କୁ ବି ରାବ୍ରୀ ଦେବୀ ଛ।ଡିନ।ହ।ନ୍ତି । ସେ କହିଛନ୍ତି, ଯଦି ଏ ସମ୍ପର୍କରେ ଯାଞ୍ଚ ଏଜେନ୍ସି ପଚରାଉଚରା କରିବାକୁ ଚାହୁଁଛନ୍ତି, ତେବେ ଆମ ଘର ପାଟନାକୁ ଆସି ଯାହା ପଚାରିବା କଥା ପଚାରନ୍ତୁ । ମୁଁ ସିବିଆଇ, ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମସ୍ତଙ୍କ ଚରିତ୍ର ସମ୍ପର୍କରେ ଜାଣିଛି। ତୁମମାନଙ୍କୁ ନୋଟିସ୍‌ ପଠାଇବାର ଅଛି ପଠାଇ ଚାଲ। ମୁଁ ଯଦି କିଛି ଭୁଲ କରିଛି ତେବେ କେନ୍ଦ୍ର ଓ ରାଜ୍ୟ ସରକାର ମୋତେ ତାହାର ଉତ୍ତର ଦିଅନ୍ତୁ। ’

ଏପଟେ ହାତ ଓ ଆଙ୍ଗୁଠି କାଟିବା ନେଇ ରାୟ ଦେଇଥିବା ବୟାନ ସଂପର୍କରେ ନିତ୍ୟାନନ୍ଦ ସଫେଇ ଦେଇ କହିଛନ୍ତି, ‘କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଦଳଙ୍କୁ ମୁଁ ଇଙ୍ଗିତ କରିନାହିଁ। ଯିଏ ଦେଶର ଗର୍ବ ଏବଂ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବେ ସେମାନଙ୍କ ସହ ଏପରି ଆଚରଣ ପ୍ରଦର୍ଶନ ଜରୁରୀ। ମୋ କଥାକୁ କଦର୍ଥ କରାଯାଇଛି। ଯଦି ମୋ ମନ୍ତବ୍ୟରେ କେହି ଦୁଃଖି ହୋଇଛନ୍ତିି । ମୁଁ ମୋ କଥାକୁ ଫେରାଇ ମଧ୍ୟ ନେଉଛି ଏବଂ କ୍ଷମା ଚ।ହୁଁଛି ।

LEAVE A REPLY

Please enter your comment!
Please enter your name here