ନବୀନ ପେନ୍‌ସନ୍‌ଧ।ରୀଙ୍କୁ ଅର୍ପଣ କଲେ “ଅର୍ପଣ”।

0
179

ଭୁବନେଶ୍ୱର: ଓଡିଶା ସରକାରଙ୍କ ପକ୍ଷରୁ ଲୋକାର୍ପିତ ହେ।ଇଛି ନୂଆ ପେନ୍‌ସନ୍‌ ନିର୍ଦ୍ଧାରଣ ପୋର୍ଟାଲ “ଅର୍ପଣ”। ସଚିବାଳୟରେ ଏହି ପୋର୍ଟାଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନଲାଇନ୍ ମାଧ୍ୟମରେ ପ୍ରାକ୍-୨୦୧୬ ପେନ୍‌ସନଭୋଗୀଙ୍କ ପେନସନ ରାଶିର ପୁନଃ ନିର୍ଦ୍ଧାରଣ ପାଇଁ ଏହି ପୋର୍ଟାଲ ଉଦ୍ଦିଷ୍ଟ। ଏହି ପୋର୍ଟାଲରେ ଜଣେ ପୋନସନଧ।ରୀ ନିଜର ଆଧାର ନମ୍ବର ସହ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ। ଏଥି ସହ IFMS ଅନ୍‌ଲାଇନ୍‌ ଆପ୍ଲିକେସନ ସିଷ୍ଟମର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ନିକଟରେ ଅବସର ଗ୍ରହଣ କରିବାକୁ ଯାଉଥିବା କର୍ମଚାରୀମାନଙ୍କ ପାଇଁ ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥାରେ ଅନଲାଇନ୍ ପେନସନ ଆପ୍ଲିକେସନ ବ୍ୟବସ୍ଥା ମଧ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here