ନ।ର।ୟଣଙ୍କ ଘର ଓ୍ବ।ପସି କହିଲେ ବିଜେପିରେ ନୀତି ନୈତିକତା ନାହିଁ !

0
655

ଭୁବନେଶ୍ୱର: ବରଗଡ଼ ବିଜେପି ଜିଲ୍ଲା ସଭାପତି ନାରାୟଣ ସାହୁ ଆଜି ଭୁବନେଶ୍ବର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେ ବିଜେଡିରେ ମିଶିଥିବା ଘୋଷଣା କରିଛନ୍ତି। ଆସନ୍ତା ଡିସେମ୍ବର ୩ ତାରିଖରେ ବିଜେପୁରରେ ଆୟୋଜିତ ସ୍ୱତନ୍ତ୍ର ଏକ କାର୍ଯ୍ୟକ୍ରମ ଜରିଆରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ନାରାୟଣ କହିଛନ୍ତି,“ ବିଜେଡିରେ ଯୋଗଦେଇ ମୁଁ ମୋର ପୁରୁଣା ଘରକୁ ଫେରିଛି। ଏହ। ସହ ସେ ବିଜେପିକୁ ନିନ୍ଦା କରି କହିଛନ୍ତି ବିଜେପିରେ ନୀତି ନୈତିକତା ନାହିଁ ।ତ୍ୟାଗ , ବଳୀଦ।ନର ମୂଲ୍ୟ ଏଠାରେ କେହି ବୁଝିବ।କୁ ପ୍ରସ୍ତୁତ ନାହ।ନ୍ତି । ନବୀନଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡିରେ ମିଶିବାକୁ ନିଷ୍ପତ୍ତି ନେଲି ।
ନ।ର।ୟଣ ଆଜି ବିଜେପି ଦଳର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିବା ନିଜେ ସୂଚନା ଦେଇଛନ୍ତି। ନାରାୟଣ ସାହୁ ତାଙ୍କ ଇସ୍ତଫାପତ୍ର ବିଜେପି ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଥିବା ବେଳେ ଦଳର କାର୍ଯ୍ୟଶୈଳୀରେ ଅସନ୍ତୋଷ ଜ।ହିର କରି ଦଳ ଛାଡ଼ିଥିବା ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here