ଭାରତ ଓ ଶ୍ରୀଲଙ୍କା ଟି-୨୦ ପ।ଇଁ ଅନ୍ ଲ।ଇନରେ ଟିକେଟ ବିକ୍ରୀ ଆରମ୍ଭ

0
102
president of india ramnath kobind

କଟକ: ଡିସେମ୍ବର ୨୦ତାରିଖରେ ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଓ ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌ ଫିଭର ଆରମ୍ଭ ହୋଇଗଲ।ଣି ।ଏହି ମ୍ୟାଚ୍‌ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। get2thegames.comରେ ଖେଳପ୍ରେମୀ ମ।ନେ ଟିକେଟ୍ ବୁକ୍ କରିପାରିବେ।
ସେହିପରି ଡିସେମ୍ବର ୧୪ ଓ ୧୫ ରେ ଓସିଏ, ବିସିସିଆଇ ଦ୍ବାରା ଅନୁବନ୍ଧିତ କ୍ଲବ, ସ୍କୁଲ ଓ କଲେଜ ଅନ୍ୟ ଶିକ୍ଷ।ନୁଷ୍ଠାନ ପାଇଁ ଟିକେଟ୍ ବିକ୍ରି କରାଯିବ।  ଆସନ୍ତା ୧୬ ଓ ୧୭ ତାରିଖରେ ବାରବାଟୀରେ ୩ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି କରାଯିବ। ସହିତ ୧ ଓ ୩ ନମ୍ବର ଗ୍ୟାଲେରୀର ମୂଲ୍ୟ ୬୦୦ ଟଙ୍କା ଏବଂ  ୨ ଓ ୪ ନମ୍ବର ଗ୍ୟାଲେରୀ ମୂଲ୍ୟ ୫୦୦ଟଙ୍କା ରହିଛି।

ସେହିପରି ୬ ଓ ୭ ନମ୍ବର ଗ୍ୟାଲେରୀ ମୂଲ୍ୟ ରହିଛି ୪୦୦ଟଙ୍କା।  ଅନ୍ୟପଟେ ସ୍ପେଶାଲ ଏନକ୍ଲୋଜର ୩ ହଜାର, ନ୍ୟୁ ପ୍ୟାଭିଲିୟନ ଓ ଏସି ବକ୍ସ ପାଇଁ ୫୦୦୦ଏବଂ କର୍ପୋରେଟ୍ ବକ୍ସର ମୂଲ୍ୟ ୮୦୦୦ଟଙ୍କା ରହିଥିବା ଓସିଏ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here