ସ୍ୱର୍ଗତା ଇନ୍ଦିରାଗାନ୍ଧୀଙ୍କ ୧୦୦ତମ ଜନ୍ମ ଜୟନ୍ତୀ ପ।ଳିତ ।

0
93

ଭୂବନେଶ୍ବର : ଭ।ରତର ପ୍ଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରାଗାନ୍ଧୀଙ୍କ ୧୦୦ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ଜନ୍ମ ଶତବାର୍ଷିକୀ ପାଳିତ ହୋଇଯ।ଇଛି । ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ତରଫରୁ ଭୁବନେଶ୍ୱରସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କଠାରେ ରାଜ୍ୟସ୍ତରୀୟ ଜନ୍ମ ଶତବାର୍ଷିକୀ ଜାତୀୟ ସଂହତି ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ପୂର୍ବତନ ମନ୍ତ୍ରୀ ଅଧ୍ୟକ୍ଷ ସୁରେଶ କୁମାର ରାଉତରାୟ ପ୍ରମୁଖ ଯୋଗଦ।ନ କରି ଇନ୍ଦିରାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ।ଏହି ଅବସରରେ ଇନ୍ଦିରାଗାନ୍ଧୀ ଓ ଓଡ଼ିଶା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ କରି ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଓ ଜାତୀୟ ସଂହତି ସମ୍ପର୍କରେ ଆଲୋକପାତ କରିଛନ୍ତି ।ଅନ୍ୟମାନଙ୍କ ମଧରେ ପ୍ରଦେଶ କଂଗ୍ରେସ କୃଷକ ସେଲ୍‌ର ଅଧ୍ୟକ୍ଷ ତଥା କମିଟିର ସାଧାରଣ ସମ୍ପାଦକ ଅମୀୟ କୁମାର ପଟ୍ଟନାୟକ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ,  ପୂର୍ବତନ ମନ୍ତ୍ରୀ ଯୁଧୀଷ୍ଠିର ଜେନା, ସେବା ଦଳର ଅଧ୍ୟକ୍ଷ ବୀରେନ ମୋହନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ସମୀର ରାଉତରାୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here