ବମ୍ବେ, ୧୪।୧୧(ପି.ଟି.)- ବୁଧବାରଠାରୁ ଚାଇନିଜ ତାଇପେଇର ତାଇଓ୍ବାନଠାରେ ଏସିଆନ ରଗ୍ବୀ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ଏଥିରେ ୨୫ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିବ। ଚାରି ଦିନିଆ ଏହି ପ୍ରତିଯୋଗିତାରେ ଭାରତ ସମେତ ସିଙ୍ଗାପୁର, ଥାଇଲାଣ୍ଡ ଓ ଆୟୋଜକ ଚାଇନିଜ ତାଇପେଇ ଅଂଶଗ୍ରହଣ କରୁଛନ୍ତି। ଏଥିଲାଗି ଇଣ୍ଡିଆନ ଫୁଟ୍ବଲ ରଗ୍ବୀ ୟୁନିୟମ (ଆଇଆର୍ୟୁଏଫ୍) ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ଗତ ଅକ୍ଟୋବର ୨୫ରୁ ସୋନେପତର ସାଇ ସେଣ୍ଟରରେ ଚାଲିଥିବା କ୍ୟାମ୍ପ୍ର ପ୍ରଦର୍ଶନକୁ ଭିତ୍ତି କରି ଏହି ଦଳ ଚୟନ କରାଯାଇଛି। ଭାରତୀୟ ଦଳରେ ଓଡ଼ିଶାର ମୁନା ମୁର୍ମୁ ସ୍ଥାନ ପାଇଛନ୍ତି। ସେହିପରି ଓଡ଼ିଶା ରଗ୍ବୀ ଆସୋସିଏଶନର ମାନସ କୁମାର ଜେନା ଦଳର ମ୍ୟାନେଜର ଭାବେ ମନୋନୀତ ହୋଇଛନ୍ତି। ଭାରତୀୟ ଦଳ: ମୋହିତ୍ ଖତ୍ରି, ପ୍ରିନ୍ସ ଖତ୍ରି, ନୀରଜ ଖତ୍ରି, ବିକାଶ ଖତ୍ରି, ସୌରଭ ଦୁବାଲ, ଦୀପକ ପୁନିଆ, ଭୁପେନ୍ଦ୍ର ବୋକାନ (ସମସ୍ତେ ହରିୟାଣାର), ହିତେଶ ଡଗର, ଭାରତ ଡଗର, ମୁକେଶ ମାନକୋଟିଆ, ନୀତିନ ଡଗର, ଗୌତମ ଡଗର, ମୋନୁ ଯାଦବ (ସମସ୍ତେ ଦିଲ୍ଲୀର), ଆନନ୍ଦ ଗୋଡିଓ୍ବାଲା, ପପ୍ପୁ ଟୋଡକର (ଉଭୟ ମହାରାଷ୍ଟ୍ରର), ପରଭେନ୍ଦ୍ର ସିଂହ, ସୋକେନ୍ଦ୍ର, ସୁରିନ୍ଦର ସିଂହ, ସୁଜାଇ ଲାମା, ସୁରେଶ ସଜଓ୍ବାନ, ସମଶେର ସିଂହ (ସମସ୍ତେ ସର୍ଭିସେସର), ମୁନା ମୁର୍ମୁ (ଓଡ଼ିଶା), ସୂରଜ ପ୍ରସାଦ, ସୂରଜ ବୀର ଶର୍ମା (ଉଭୟ ପଶ୍ଚିମବଙ୍ଗ) ଓ ରୋଶନ ଲୋବୋ (କର୍ନାଟକ), କୋଚ୍- ହେନରୀ ପଲ।