ଜୟଦେବବିହାର ନିକଟରେ ଡ୍ରେନ୍‌ ପାଣିରେ ଡିଜେଲ, ନେବା ପାଇଁ ଭିଡ଼

0
217

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ବିହାର ଓଭରବ୍ରିଜ ଠାରେ ଥିବା ଡ୍ରେନରେ ଆଜି ସକାଳେ ଡିଜେଲ ଭାସିବା କଥା ପ୍ରଚାର ହେବା ପରେ ଓଭରବ୍ରିଜ ପାଖରେ ଲୋକଙ୍କ ଭିଡ଼ ଜମିଛି। ଯିଏ ଯେମିତି ପାରିଲା କିଛି ଡ୍ରେନ୍‌ ପାଣି ମିଶା ଡିଜେଲ ସଂଗ୍ରହ କରିବାରେ ଲାଗି ପଡ଼ିଥିବା ବେଳେ ବହୁ ସଂଖ୍ୟକ ଦେଖଣାହାରି ଓଭରବ୍ରିଜ୍‌ ଉପରୁ ଏହି ଦୃଶ୍ୟକୁ ଉପଭୋଗ କରିଛନ୍ତି। ଏଥିପାଇଁ ସେଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ପରେ ପୁଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରୁଛି। କୌଣସି ଏକ ଡିଜେଲ ଟ୍ୟାଙ୍କରରୁ ଏହି ଡିଜେଲ ଲିକ୍‌ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here