ଆମେରିକାର ଚେତାବନୀକୁ ବେଖାତିର କରି ନୂତନ କ୍ଷେପଣାସ୍ତ୍ର ପରୀକ୍ଷା କଲା ଇରାନ୍‌

0
168
ତେହେରାନ୍‌: ଆମେରିକାର ଚେତାବନୀକୁ ବେଖାତିର କରି ଶନିବାର ଦିନ ଇରାନ୍‌ ସଫଳତାର ସହ ଏକ ମିଡିୟମ୍‌ ରେଞ୍ଜ୍‌ର କ୍ଷେପଣାସ୍ତ୍ର ପରୀକ୍ଷା କରିଛି।
ଖୋରାମ୍‌ଶାହର କ୍ଷେପଣାସ୍ତ୍ର ଉତ୍‌କ୍ଷେପଣର ଫୁଟେଜ୍‌କୁ ରାଜ୍ୟ ଟେଲିଭିଜନ୍‌ ପ୍ରସାରଣ କରିଛି। ଏହି କ୍ଷେପଣାସ୍ତ୍ରଟି ଶୁକ୍ରବାର ଦିନ ତେହେରାନ୍‌ରେ ଏକ ଉଚ୍ଚସ୍ତରୀୟ ସାମରିକ ପରେଡ୍‌ରେ ପ୍ରଦର୍ଶୀତ ହୋଇଥିଲା।
ପୂର୍ବରୁ କ୍ଷେପଣାସ୍ତ୍ର ପରୀକ୍ଷା କରି ଇରାନ୍‌ ଆମେରିକାର କଟକଣାର ଶିକାର ହୋଇଛି। ଏହାଦ୍ୱାରା ୨୦୧୫ରେ ତେହେରାନ୍‌ ଏବଂ ପ୍ରମୁଖ ଶକ୍ତିମାନଙ୍କ ମଧ୍ୟରେ ହୋଇଥିବା ଆଣବିକ ଚୁକ୍ତି ଉଲ୍ଲଂଘନ ହେଉଛି ବୋଲି ଆମେରିକା କହିଥିଲା।

LEAVE A REPLY

Please enter your comment!
Please enter your name here