ବଢ଼ିଲା ଯୁକ୍ତ ଦୁଇ ନାମଲେଖା ସମୟ

0
2

ଭୁବନେଶ୍ବର: ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆବେଦନ ଅବଧି ଘୁଞ୍ଚିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ଅବଧି ୫ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଜୁନ୍‌ ୨୦ ଥିଲା। ଏବେ ଅନ୍‌ଲାଇନ୍‌ ଅବଧି ଜୁନ ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିସହିତ ଅଫ୍‌ଲାଇନ୍‌ ଆବେଦନ ଅବଧି ଜୁନ୍‌ ୨୬ ତରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ନୂଆ ବିଜ୍ଞପ୍ତି ଅନୁସାରେ, ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୩୦୦ ଟଙ୍କା ଓ ସଂରକ୍ଷିତ ବର୍ଗ ପାଇଁ ୨୦୦ ଟଙ୍କା ନାମଲେଖା ଶୁଳ୍କ ରଖାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପ୍ରକାଶିତ ବଜ୍ଞପ୍ତିରେ ଦିଆଯାଇଥିବା ୱେସାଇଟ୍‌ www.samsodissa.gov.in ରେ ଆବେଦନ କରିପାରିବେ। ଜୁଲାଇ ୨ ତାରିଖରେ ପ୍ରଥମ କଟ୍‌ ଅଫ୍ ମାର୍କ ପ୍ରକାଶ ପାଇବ। ଏଥିପାଇଁ ଜୁଲାଇ ୩ ରୁ ୬ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ। ସେହିପରି ଦ୍ୱିତୀୟ କଟ୍ ଅଫ୍ ମାର୍କ ଜୁଲାଇ ୧୨ ତାରିଖରେ ପ୍ରକାଶ ପାଇବ। ଏହା ସହିତ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ। ବଳକା ସିଟ୍ ଲାଗି ସ୍ପଟ୍ ଆଡମିଶନ କରାଯିବ। ଜୁଲାଇ ୨୯ ତାରିଖରେ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here