୭ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ

0
44

ଅନୁଗୋଳ : ଛେଣ୍ଡିପଦା ଥାନା  ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କରାଯାଇଥିବା ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ନାବାଳିକା ବୁଲୁଥିବା ବେଳେ ସମ୍ପର୍କୀୟ ଦାଦା ଚକୋଲେଟ ଦେବାର ପ୍ରଲୋଭନ ଦେଖାଇ ଡାକି ନେଇଥିଲେ। ସେଠାରେ ସେ ତାଙ୍କ ସହିତ ଅସଦାଚରଣ କରିବା ସହ ବଳାତ୍କାର ଉଦ୍ୟମ କରୁଥିବା ବେଳେ ନାବାଳିକା ଖସି ପଳାଇ ଆସି ଘରେ ସବୁ କଥା କହିଥିଲେ । ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଛେଣ୍ଡିପଦା ପୋଲିସ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି । ବର୍ତ୍ତମାନ ଏହି ଘଟଣା  ଛେଣ୍ଡିପଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କୋର୍ଟରେ ନାବାଳିକାଙ୍କ ବୟାନ ରେକର୍ଡ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here