ସ୍ୱେସୁ କର୍ମଚାରୀଙ୍କ ଘରେ ଲୂଟ

0
169

ପରଜଙ୍ଗ : (ଜିତେନ୍ଦ୍ର ବେହେରା ) ତୁମୁସିଙ୍ଗା ଥାନା ଅନ୍ତର୍ଗତ ପଣ୍ଡୁଆ ଛକରେ ଗତ ରାତିରେ ଭୁଜାଲି ଓ ବନ୍ଧୁକ ଦେଖାଇ ଲୁଟ। ସୂଚନା ଅନୁଯାୟୀ ରାତିର ପ୍ରଥମ ପ୍ରହର ସମୟ ପାଖାପାଖି ରାତି ନଅଟା ବେଳେ ପାଞ୍ଚ ଜଣ ଦୃର୍ବୁତ୍ତ ସେସୁର କର୍ମଚାରୀ ଶ୍ରୀ ମନୋଜ ସାହୁଙ୍କ ଘରେ ପଶି ବନ୍ଧୁକ ଓ ଭୁଜାଲି ଦେଖାଇ ନଗଦ ସାଢେ ତିନି ଲକ୍ଷ ଟଙ୍କା ଓ ତେର ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଲୁଟବେଳେ ଶ୍ରୀ ବେହେରା ଆଘାତ ହୋଇଛନ୍ତି । ଦୃର୍ବୁତ୍ତମାନେ ଲୁଟି ସାରି ଘର ବାହାରେ ତାଲା ପକାଇ ଦେଇଥିଲେ । ନିକଟରେ ତୁମୁସିଙ୍ଗା ଥାନାର ଗୋଟିଏ ଆଉଟ ପୋଷ୍ଟ  (ଫାଣ୍ଡି ) ଥାଇ ବି ରାତିର ପ୍ରଥମ ପ୍ରହରରେ ଚୋରି ହେବା ଥାନା ଅଧିକାରୀଙ୍କ ଦାୟିତ୍ବ ଉପରେ ପ୍ରଶ୍ନ ଉଠାଉଛି। ସୁଚନା ପାଇ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here