ସୁବର୍ଣ୍ଣପୁର ବାଇକକୁ ପିଟିଲା ଟ୍ରକ

0
388

ସୁବର୍ଣ୍ଣପୁର:( ଶରତ ମହାପାତ୍ର )ସୁବର୍ଣ୍ଣପୁର ଜିଲ୍ଲା ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଆଠ ଜଣ ବ୍ୟକ୍ତିଙ୍କୁ ସଦର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଭର୍ତ୍ତି କରିଛନ୍ତି ।ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର ଗୁରୁତର ଆହତ ହୋଇଥିବା ପାଂଚ ଜଣ ବ୍ୟକ୍ତିଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି ।ଆଜି କଣ୍ଟାମାଲରୁ ସୁବର୍ଣ୍ଣପୁରକୁ ଆସୁଥିବା ଏକ ଟ୍ରକ ପଛପଟୁ ତିନୋଟି ମୋଟର ସାଇକେଲକୁ ଧକକା ଦେବା ସହିତ ରାସ୍ତାରେ ଚାଲିଚାଲି ଯାଉଥିବା ଜଣେ ବ୍ୟକ୍ତିକୁ ଦମାମୁଣ୍ଡା ଛକରେ ଧକକା ଦେଇଥିଲା ।ଫଳରେ ମୋଟର ସାଇକେଲ ଆରୋହୀମାନେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ ।ଟ୍ରକଟି ମୋଟର ସାଇକେଲଗୁଡିକୁ ଓ ପଥଯାତ୍ରୀକୁ ଧକକା ଦେବା ପରେ ଦମାମୁଣ୍ଡା ଛକ ପାଖରେ ଓଲଟି ପଡିଛି ।ଟ୍ରକ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବାରକୁ ତାକୁ ବି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ମନମୁଣ୍ଡା ସଦର ଦମକଳବାହିନୀକୁ ଖବର ଦେବା ପରେ ଦମକଳ କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚି ଆହତ ମାନଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।ମନମୁଣ୍ଡା ପୋଲିସ ଘଟଣାସ୍ଥଳକୁ ପହଂଚି ଦୁର୍ଘଟଣାର ତଦନ୍ତ କରୁଛି

LEAVE A REPLY

Please enter your comment!
Please enter your name here