ଶ୍ରୀ ମନ୍ଦିରର ଏକାଧିକ ସେବାୟତଙ୍କୁ ନୋଟିସ ଜାରି

0
41

ପୁରୀ : ଆଜି ପୁରୀ ଶ୍ରୀ ମନ୍ଦିରର ଏକାଧିକ ସେବାୟତଙ୍କୁ ନୋଟିସ ଜାରି କରିଛି ଶ୍ରୀ ମନ୍ଦିର ପ୍ରଶାସନ । ସ୍ନାନ ପୂର୍ଣ୍ଣିମାରେ ଥିବା ବ୍ୟବସ୍ଥାବଳୀରେ ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ନୋଟିସ କରାଯାଇଥିବା ସୂଚନା ମିଳିଛି । ତେବେ ବିଧାୟକଙ୍କୁ ସ୍ନାନ ବେଦୀରେ ଚଢାଇଥିବା ସେବାୟତଙ୍କୁ ନୋଟିସ ହୋଇଥିବା ବେଳେ ଅନ୍ୟପଟେ ବିଶୃଙ୍ଖଳିତ ଆଚରଣ ପାଇଁ ମଧ୍ୟ କିଛି ସେବାୟତଙ୍କୁ ନୋଟିସ ଜାରି ହୋଇଛି । ଏହିସବୁ ଅଭିଯୋଗ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପ୍ରଥମେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ପରେ ଘଟଣାରେ ସତ୍ୟାସତ୍ୟ ଥିବା ଜାଣିବା ପରେ ସେମାନଙ୍କୁ ଏବେ ନୋଟିସ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here