ଶୀତବସ୍ତ୍ର ବଦଳରେ ଶୀତଦିନେ କଣ ଖ।ଇଲେ ଶରୀର ଭାବେ ଉଷ୍ମ ରହିଥାଏ

0
206

ଶୀତଦିନରେ ସମସ୍ତଙ୍କୁ ନିଜ ଶରୀରର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ଏହି ଦିନରେ ଶରୀରକୁ ଗରମ ରଖିବା ଦରକାର। ନଚେତ ଥଣ୍ଡା କାଶ ଭଳି ସମସ୍ୟା ଦେଖାଯାଏ। ତେଣୁ କେବଳ ଶୀତବସ୍ତ୍ର ବ୍ୟବହାର କରି ଶରୀରକୁ ଗରମ ରଖାଯାଇପାରିବ ନାହିଁ। ଏଥିପାଇଁ ଖାଦ୍ୟରେ ପରିବର୍ତ୍ତନ ମଧ୍ୟ ଆବଶ୍ୟକ। ଚାଲନ୍ତୁ ଜାଣିବା ଏଭଳି କିଛି ଖାଦ୍ୟ ସମ୍ପର୍କରେ ଯାହା ଆପଣଙ୍କ ଶରୀରକୁ ପ୍ରାକୃତିକ ଭାବେ ଉଷ୍ମତା ପ୍ରଦାନ କରିବ।

ଚିନା ବାଦାମ ଚିକ୍କି
ଚିନା ବାଦାମ ଏବଂ ଗୁଡ଼ରେ ତିଆରି କରାଯାଇଥିବା ଚିକ୍କି ସେବନ ଶୀତଦିନେ ବହୁତ ଲାଭ ଦେଇଥାଏ। ଏଥିରେ ଥିବା ପୋଷକତତ୍ତ୍ବ ଶୀତଦିନେ ଶରୀରକୁ ଉଷ୍ମ ରଖିଥାଏ

କମଳା, ଗାଜର, ପିଜୁଳି
ଭିଟାମିନ୍ ଏ ଓ ସି ରେ ଭରପୂର ଫଳ ଶୀତଦିନରେ ଖାଇପାରିବେ। ଗାଜର, ପିଜୁଳି ଓ କମଳାରେ ଏହି ସବୁ ଗୁଣ ପ୍ରଚୁର ମାତ୍ରାରେ ରହିଛି। ଏସବୁ ଖାଇବା ଦ୍ବାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହାବ୍ୟତୀତ ଏସବୁ ଫଳ ଆଖି ଏବଂ ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ।

ପେସୁ
ପେସୁରେ ଗୁଡ଼, କଟା ବାଦାମ, ତରଭୂଜ ମଞ୍ଜି ଏବଂ କଖାରୁ ମଞ୍ଜି ମିଶାଇ ଲଡ଼ୁ ପ୍ରସ୍ତୁତ କରନ୍ତୁ। ଏହାକୁ ନିୟମିତ ଖାଇବା ଦ୍ବାରା ଥଣ୍ଡା କାଶ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଯାଏ।

ରାଶି
ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଇରନ୍ରେ ଭରପୂର ରାଶିରେ ଗୁଡ଼ ମିଶାଇ ଖାଇଲେ ଶୀତଦିନେ ଅନେକ ଲାଭ ମିଳିଥାଏ। ଏହିଦିନେ ଆପଣ ରାଶିରେ ତିଆରି କରାଯାଉଥିବା ଲଡ଼ୁ, ତିଲ୍ ପଟ୍ଟି କିମ୍ବା ପାମ୍ପଡ଼ ମଧ୍ୟ ଖାଇପାରିବେ।

 

LEAVE A REPLY

Please enter your comment!
Please enter your name here