ରାଜସ୍ଥାନରେ ଭୁଶୁଡ଼ିପଡ଼ିଲା ପେଣ୍ଡାଲ୍‌: ୧୪ ମୃତ, ୫୦ ଆହତ

0
15

ବାରମେର୍: ଅଚାନକ ମାଡ଼ିଆସିଲା ଝଡ଼ । ସାଙ୍ଗକୁ ପ୍ରବଳ ବର୍ଷା । ଏଭଳି ଏକ ଅପ୍ରତ୍ୟାଶିତ ବିପତ୍ତି ନେଇ କେହି ପ୍ରସ୍ତୁତ ନଥିଲେ । ପ୍ରବଳ ଝଡ଼ରେ ଭାଙ୍ଗି ପଡ଼ିଲା ମଞ୍ଚ । ଅକାଳରେ ଲିଭିଗଲା ୧୭ ଜୀବନ । କେତେକ ବିଦୁ୍ୟତ୍ ଆଘାତରେ ପ୍ରାଣ ହରାଇଲେ । ଆଉ କେତେକଙ୍କ ଜୀବନ ଚାଲିଗଲା ମଞ୍ଚରେ ବ୍ୟବହୃତ ଲୁହା ଷ୍ଟ୍ରକ୍ଚର୍ ତଳେ । ଆହତ ହୋଇଛନ୍ତି ୭ଠରୁ ଅଧିକ ଲୋକ । ସେମାନଙ୍କ ମଧ୍ୟରୁ ପ୍ରାୟ ୪୫ଜଣଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟଜନକ ଥିବାରୁ ମୃତୁ୍ୟସଂଖ୍ୟା ବୃଦ୍ଧି ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ । ଏଭଳି ଘଟଣା ରବିବାର ଘଟିଛି ରାଜସ୍ଥାନର ବାର୍ମେର ଜିଲ୍ଲାରେ ।
ମିଳିଥିବା ସୂଚନା ଅନୁଯାୟୀ ବାର୍ମେର ଜିଲ୍ଲାର ଜସୋଲ୍ ଗ୍ରାମ ନିକଟରେ ରାମକଥା ପାଇଁ ଚାଲିଥିଲା ଏକ ସମ୍ମିଳନୀ । ଏଥିପାଇଁ ଏକ ବିରାଟ ମଞ୍ଚ ଓ ଟେଣ୍ଟ୍ ଲଗାଯାଇଥିଲା । ରବିବାର ରାମକଥା ଚାଲିଥିବାବେଳେ ଅଚାନକ ମାଡ଼ିଆସିଥିଲା ଝଡ଼ବର୍ଷା । ପବନର ବେଗ ଏତେ ଭୀଷଣ ଥିଲା ଯେ, ଭାଙ୍ଗିପଡ଼ିଲା ମଞ୍ଚ ଓ ଟେଣ୍ଟ୍ । ଫଳରେ ସେଠାରେ ଉପସ୍ଥିତ ଶ୍ରୋତାମଣ୍ଡଳୀ ଟେଣ୍ଟ୍ ତଳେ ଚାପି ହୋଇଯାଇଥିଲେ । ଟେଣ୍ଟ୍ରେ ଲଗାଯାଇଥିବା ଫ୍ୟାନ୍ ଛିଣ୍ଡିପଡ଼ି ଲୁହା ଷ୍ଟ୍ରକ୍ଚର ନିର୍ମିତ ଟେଣ୍ଟ ବିଦୁ୍ୟତ୍ ପ୍ରବାହିତ ହୋଇଯାଇଥିଲା । ଫଳରେ ବିଦୁ୍ୟତ୍ ଆଘାତରେ ଅନେକଙ୍କ ଜୀବନ ଚାଲିଯାଇଥିଲା । ଆଉ କେତେକ ଲୁହା ଷ୍ଟ୍ରକ୍ଚର ତଳେ ଚାପିହୋଇ ରହିଯାଇଥିଲେ । ସେମାନଙ୍କ ମଧ୍ୟରୁ କେତେକ ପ୍ରାଣ ହରାଇଛନ୍ତି କିମ୍ବା ଗୁରୁତର ଭାବେ ଆହତ ହୋଇଛନ୍ତି । ଝଡ଼ବର୍ଷା ଥମିବା ପରେ ଉଦ୍ଧାରକାରୀ ଦଳ, ଦମ୍କଳବାହିନୀ ଘଟଣାସ୍ଥଳରେ ପହଞ୍ଚô ଲୋକଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ୧୭ଜଣଙ୍କର ପ୍ରାଣହାନୀ ଘଟିସାରିଥିଲା । ମୃତାହତମାନଙ୍କୁ ନିକଟବର୍ତ୍ତୀ ହସ୍ପିଟାଲ୍କୁ ପଠାଯାଇଛି । ଆହତ ୭ଠଜଣଙ୍କ ମଧ୍ୟରୁ ୪୫ଜଣଙ୍କ ଅବସ୍ଥା ସଙ୍ଗୀନ୍ ଥିବାରୁ ସେମାନଙ୍କୁ ଜୟପୁରକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କର ଚିକିତ୍ସା ନିକଟବର୍ତ୍ତୀ ବାଲୋତ୍ରା ସହରର ନାହାଟା ହସ୍ପିଟାଲ୍ରେ ଚାଲିଛି । ପୁଲିସ୍ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚô ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ ।
ଏହି ଅଘଟଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକବ୍ୟକ୍ତ କରିଛନ୍ତି । ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତାହତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଓ ସହଯୋଗ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ଘଟଣାର ସରକାରୀସ୍ତରୀୟ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଜିଲ୍ଲା ସଦରଠାରୁ ୧୦୦କିଲୋମିଟର ଦୂରରେ ଅବସ୍ଥିତ ଜସୋଲ ଗ୍ରାମ ନିକଟସ୍ଥ ଏକ ସ୍କୁଲ ପଡିଆରେ ଚାଲିଥିବା ରାମକଥା କାର୍ଯ୍ୟକ୍ରମବେଳେ ପ୍ରାୟ ୩୦୦ଶ୍ରୋତା ଉପସ୍ଥିତ ଥିଲେ । ଧୂଳିଝଡ଼ ଓ ବର୍ଷା ଯୋଗୁଁ ଟେଣ୍ଟ ଭୁଷୁଡି ପଡିଥିଲା ବୋଲି ବାରମେରର ଅତିରିକ୍ତ ଏସ୍ପି ଖିନ୍ଭ ସିଂହ ଭଟ୍ଟି କହିଛନ୍ତି । ରବିବାର ଅପରାହ୍ନରେ ଘଟିଥିବା ଏହି ଘଟଣାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି । ବିପର୍ଯ୍ୟୟ ପରିଚାଳନା ଏବଂ ରିଲିଫ୍ ମନ୍ତ୍ରୀ ଏହି ଘଟଣା ପାଇଁ ଆୟୋଜକଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ, ଆୟୋଜକଙ୍କ ଅବହେଳା କାରଣରୁ ଏତେ ଲୋକ ମୃତାହତ ହେଲେ । ପାଣିପାଗ ବଦଳି ଯାଉଥିବା ଦେଖି ଆୟୋଜକମାନେ ଟେଣ୍ଟରେ ବିଦୁ୍ୟତ୍ ସଂଯୋଗ କାଟିଲେ ନାହିଁ କାହିଁକି ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଗେହଲଟ୍ ମୃତ ବ୍ୟକ୍ତିଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଏବଂ ଆହତଙ୍କୁ ସର୍ବାଧିକ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here