ମୋଦିଙ୍କୁ ହିସାବ ମ।ଗିଲେ ର।ହୁଲ

0
128

ନୂଆଦିଲ୍ଲୀ,: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଗାତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋସିଆଲ୍‌ ମିଡ଼ିଆରେ ଟାର୍ଗେଟ କରିବା ଜାରି ରଖିଛନ୍ତି। ସୋମବାର ରାହୁଲ ଟୁଇଟ୍‌ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ତାଙ୍କ ସାଙ୍ଗ ମାନଙ୍କୁ ଦେଶର ୪୧ ହଜାର ୧ ଶହ ୬୭ କୋଟି ଟଙ୍କା ଛାଡ୍‌  କରିଛନ୍ତି। ଏହି ଟଙ୍କାରେ ଦେଶରେ ୪୦ଟି ଏମ୍ସ୍‌ ସ୍ଥାପିତ ହୋଇପାରିଥାନ୍ତା। ଏହାଦ୍ୱାରା ଦେଶର ଜନତାଙ୍କ ପାଖରେ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ପହଞ୍ଚାଇ ହୋଇଥାନ୍ତା। ସେହିପରି ମନେରଗା ହିତାଧିକାରୀ ମଧ୍ୟ ବିଶେଷ ଉପକୃତ ହୋଇପାରିଥାନ୍ତେ ବୋଲି ସେ କହିଛନ୍ତି। ମାତ୍ର ପ୍ରଧାନମନ୍ତ୍ରୀ ଏଥିରେ ସୃଷ୍ଟି କରିଛନ୍ତି ବାଧା। ଏଥିପାଇଁ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଦାୟୀ ବୋଲି ସେ ଅଭିଯୋଗ ଆଣିଛନ୍ତି।

LEAVE A REPLY

Please enter your comment!
Please enter your name here