ମମତାଙ୍କ ଦଳରେ କ୍ୟ।ପ୍ଟେନ ହେବେ ନବୀନ !

0
2516

ଭୁବନେଶ୍ୱର:ବିଜେପି ବିରୋଧରେ ଲଢିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରସ୍ତୁତ କରୁଛନ୍ତି ଗେମପ୍ଲାନ । ଶୁଣିବ।କୁ ମିଳୁଛି ବିଜେଡି ଏଥିରେ କ୍ୟ।ପଟେନ ଭୂମିକା ନିର୍ବ।ହ କରିବ । ଇଣ୍ଡିଆ ଟୁଡେର କନକ୍ଲେଭରେ ମୋଦି ବିରୋଧୀ ମହାମେଂଟ ଗଠନର ସ୍ପଷ୍ଟ ସଂକେତ ଦେଇଛନ୍ତି ମମତା । ବିଜେଡି, ଡିଏମକେ, ସମାଜବାଦୀ ପାର୍ଟି ଓ ବହୁଜନ ସମାଜପାର୍ଟି ଭଳି କିଛି ଦଳ ସହ ଏନେଇ ସେ ସମ୍ପର୍କରେ ଥିବା କହିଛନ୍ତି । ସମସ୍ତେ ମିଶି ମୋଦି ବିରୋଧୀ ମେଂଟ ଗଠନ କରିବା ପାଇଁ ମମତା ଆହ୍ବାନ ଦେଇଛନ୍ତି। ଗୋଟିଏ ପଟେ ଓଡିଶାରେ ବିଜେପି, ବିଜେଡିର ମୁଖ୍ୟ ଶତ୍ରୁ ପାଲଟିଥିବା ବେଳେ ମମତାଙ୍କ ଏଭଳି ପ୍ଲାନ୍, ରାଜ୍ୟ ରାଜନୀତିରେ ଚର୍ଚ୍ଚାର ନୂଆ ଖୋରାକ ଯୋଗାଇଛି ।

ମୋଦିଙ୍କ ସହ ଲଢିବାକୁ ଅଣ୍ଟା ଭିଡିଲେଣି ମମତା । ଏଥିପାଇଁ ମୋଦିଙ୍କ ବିରୋଧରେ ମହାମେଣ୍ଟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମମତା । ମମତା ତାଙ୍କର ଏହି ଗେମପ୍ଲାନରେ ବିଜେଡିକୁ ସାମିଲ କରିଛନ୍ତି । କୋଲକାତାରେ ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ମୋଦି ବିରୋଧୀ ମେଣ୍ଟର ନକ୍ସା ଦେଖାଇ ସେ କହିଛନ୍ତି ଯେ, ଡିଏମକେ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ ବିଜୁ ଜନତା ଦଳର ସୁପ୍ରିମୋଙ୍କ ସହ ତାଙ୍କର ଭଲ ସର୍ମ୍ପକ ରହିଛି ।

ଓଡ଼ିଶା ପ୍ରସଙ୍ଗରେ ମତଦେଇ କହିଛନ୍ତି । ଶାସକ ବିଜେଡିର ଏବେ ମୁଖ୍ୟଶତ୍ରୁ ପାଲଟିଛି ବିଜେପି । ପୂର୍ବରୁ କେନ୍ଦ୍ର ବିରୋଧରେ ମୁହଁ ଖୋଲୁନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସିଧାସିଧା କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରୁଛନ୍ତି । ଓଡିଶାରେ ବିଜେଡ଼ି ର ମୂଖ୍ୟ ପ୍ରତିଦ୍ବନ୍ଦି ଭ।ବେ ଉଭ। ହେଇଛି ଭ।ଜପ। ।

ମମତା ଆଉ ଏକ କଥ। କହିଛନ୍ତି ଆଗରୁ ଏମିତି ସରକାର କେବେ ଦେଖି ନାହାନ୍ତି । ଦେଶର ଗଣତନ୍ତ୍ର ଏବେ ବିପଦରେ ମୁହଁ। । ଦେଖିବ।କୁ ବ।କି ରହିଲା ମମତାଙ୍କ ଗେମପ୍ଲାନକୁ ବିଜେଡି କିଭଳି ଭାବେ ଖେଳିବ । ମୋଦିଙ୍କ ବିରୋଧରେ ପୁର୍ବରୁ ଦୂରେଇ ରହିଥିଲେ ନବୀନ । ପୂର୍ବରୁ ଏହି ମେଣ୍ଟ ଏତେ ସଫଳ ହୋଇନଥିଲା ।

ଏ ପ୍ରଶ୍ନର ଉତ୍ତରରେ ନିରବ ରହିଛନ୍ତି ନବୀନ । ବିଜେଡି ସୁପ୍ରିମୋ ନବୀନଙ୍କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କିଛି ନୁଆ ଚିନ୍ତା କରିଥିବା ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି ମମତା ।

LEAVE A REPLY

Please enter your comment!
Please enter your name here