ମତଦାନ ପରେ ମୋଦିଙ୍କ ପଦଯାତ୍ରାକୁ ନେଇ କଂଗ୍ରେସ ନିର୍ବାଚନ କମିଶନ ଙ୍କ ପ।ଖରେ ଫେର।ଦ

0
241

ଅହମ୍ମଦାବାଦ : ଗୁଜରାଟର ଚୂଡାନ୍ତ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇସ।ରିଛି । ଆଇଏନ୍‌ଏସ୍‌ କଲବରିକୁ ନୌସେନାରେ ସାମିଲ କାର୍ଯ୍ୟ ଶେଷ କରି ମୋଦି ମଧ୍ୟାହ୍ନ ପରେ ଅହମ୍ମଦାବାଦରେ ପହଞ୍ଚିଥିଲେ । ଏଠାକାର ୧୧୫ ନମ୍ବର ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ସେ ଲମ୍ବାଧାଡିରେ ଛିଡା ହୋଇ ନିଜ ପାଳିକୁ ଅପେକ୍ଷା କରି ନିଜର ମତ ସ।ବସ୍ତ କରି ବୁଥ୍‌ରୁ ବାହାରିବ। ପରେ ଭୋଟ ଗ୍ରହଣ କେନ୍ଦ୍ରଠାରୁ ୧୦୦ ମିଟର ଦୂରତାରେ ଥିବା ନିଜ କାର୍‌ ନିକଟକୁ ମୋଦି ଚାଲି ଚାଲି ଯାଇଥିଲେ । ଏହି ସମୟରେ ମୋଦି କାଳି ଚିହ୍ନ ଲାଗିଥିବା ନିଜ ଅଙ୍ଗୁଳିକୁ ଉପରକୁ ଧରି ଯାଉଥିବା ବେଳେ ଉପସ୍ଥିତ ଜନତା ତାଙ୍କ ଉଦେ୍ଦଶ୍ୟରେ ସ୍ଲୋଗାନ ଦେଇଥିଲେ । ତେବେ ମୋଦି କାର ନିକଟକୁ ଚାଲି ଚାଲି ଯିବା ଘଟଣାକୁ କଂଗ୍ରେସ ସହଜରେ ଗ୍ରହଣ କରି ପାରି ନାହିଁ । ରାଜ୍ୟରେ ଚୂଡାନ୍ତ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଭୋଟରଙ୍କୁ ପ୍ରଭାବିତ କରିବା ନିମନ୍ତେ ରୋଡ୍‌ ଶୋ’ ଉଦେଶ୍ୟ ରଖି ମୋଦି ବୁଥ୍‌ ନିକଟରୁ କାର୍‌ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହାଦ୍ୱାରା ମୋଦି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି; ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନିର୍ବାଚନ କମିଶନଙ୍କ ନିକଟରେ କଂଗ୍ରେସ ଦାବି କରିଛି । ଅନ୍ୟପକ୍ଷରେ କଂଗ୍ରେସର ଭାବି ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଗୁଜରାଟର ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ । ଏ ନେଇ ନିର୍ବାଚନ କମିଶନ ଯେଭଳି ତାଙ୍କୁ ନୋଟିସ୍‌ ଜାରି କରିଥିଲେ, ଠିକ୍‌ ସେହିଭଳି ମୋଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ପକ୍ଷରୁ ଦର୍ଶାଯାଇଛି । ସେହିପରି ମୋଦି ବୁଧବାର ଏଫ୍‌ଆଇସିସିଆଇକୁ ଉଦ୍‌ବୋଧନ ଦେବା ଘଟଣାକୁ ବିରୋଧି କରି କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । କିନ୍ତୁ ଏ ନେଇ କମିଶନ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରଣଦୀପ ସୁର୍ଯେ୍ୟୱାଲା କହିଛନ୍ତି, ଗୁଜରାଟରେ ମୋଦିଙ୍କ ବୁଡିଯାଉଥିବା ନାଆକୁ କେବଳ ନିର୍ବାଚନ କମିଶନଙ୍କ ସହାୟତାରେ ହିଁ ରକ୍ଷା କରିହେବ । ବିଜେପି ପାଇଁ ନିର୍ବାଚନ କମିଶନ ଏବେ ଏକ ପ୍ରମୁଖ ସଂସ୍ଥା ପାଲଟିଛି ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ମୋଦିଙ୍କ ଏହି ପଦଯାତ୍ରା ଏକ ନିର୍ବାଚନୀ ପ୍ରଚାର ହୋଇଥିବା ବେଳେ ନିର୍ବାଚନ କମିଶନ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ଟ୍ୱିଟର ମାଧ୍ୟମରେ ପ୍ରଶ୍ନ କରିଛନ୍ତି । ମୋଦି ବହୁ ବର୍ଷ ଧରି ଅହମ୍ମଦାବାଦର ଭୋଟର ଅଛନ୍ତି । ୧୩ ବର୍ଷ ଧରି ସେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିଲେ । ସମ୍ପ୍ରତି ବିଜେପିକୁ ଗୁଜରାଟ ବିଧାନସଭା ନିର୍ବାଚନରେ ବିରୋଧୀମାନଙ୍କ ସହ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ମୋଦି ଦଳ ପାଇଁ ଘନ ଘନ ପ୍ରଚାର କରିଛନ୍ତି । ବିପୁଳ ସଂଖ୍ୟାରେ ବିଜେପିକୁ ଭୋଟ ଦେବାକୁ ସେ ଭୋଟରଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here