ମ।ଟ୍ରିକ ପରିକ୍ଷ। ଦବ।କୁ ଯ।ଇ ମେଡିକାଲରେ ପହଞ୍ଚିଲେ ପରିକ୍ଷ।ର୍ଥୀ

0
157

ପରଜଙ୍ଗ:(ଜିତେନ୍ଦ୍ର ବେହେରା)ପରୀକ୍ଷା କେନ୍ଦ୍ର ଯିବା ପରିବର୍ତ୍ତେ ଡାକ୍ତରଖାନାରେ ଆଡମିସନ । ସୂଚନା ଅନୁଯାୟୀ ବୁଲୁ ନାଏକଙ୍କୁ ପରୀକ୍ଷା କେନ୍ଦ୍ରରେ ଛାଡିବା ପାଇଁ ଭାଇ ଶାନ୍ତନୁ ନାଏକ ଓ ପିତା ମହେଶ୍ଵର ନାଏକ ବାଇକରେ କଙ୍କଡାସୋଡା ଯାଉଥିଲେ। ବାରିହାପୁର ଢାବା ନିକଟରେ ସମ୍ନାରୁ ଆସୁଥିବା ଟ୍ରକ ଧୋକା ଦେଇ ପଳାଇଯାଇଥିଲା। ଆହାତମାନଙ୍କୁ ପରଜଙ୍ଗ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶାନ୍ତନୁଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ଆମ୍ବୁଲାନସ ଯୋଗେ କଟକ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ପାଇଁ କିଛି ସମୟ ଉତ୍ତେଜନା ଲାଗିରହିଥିଲା । ପ୍ରଶାସନର ହସ୍ତକ୍ଷେପ ପରେ ଉତ୍ତେଜନା କମିଥିଲା।

 

 

LEAVE A REPLY

Please enter your comment!
Please enter your name here