ଭୁବନେଶ୍ୱରରେ ପୁଣିଥରେ ଖୋଲିବ ଡ୍ୟାନ୍ସ ବାର୍

0
8

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣିଥରେ ଖୋଲିବ ଡ୍ୟାନ୍ସ ବାର୍ । ରାଧାନୀରେ ୭ଟି ଡ୍ୟାନ୍ସ ବାର୍ ଖୋଲିବାକୁ ଅନୁମତି ଦେଲେ ଅବକାରୀ କମିଶନର । କିନ୍ତୁ ବାର୍ ଖୋଲିବା ନେଇ ସର୍ତ୍ତ ତଥା ଅବକାରୀ ଆଇନ ୪୪(୫)ର ଗାଇଡ଼ ଲାଇନ ମାନି ଡ଼୍ୟାନ୍ସ ବାର୍ ଖୋଲାଯିବ । ଯେମିତିକି ଉଦ୍ଦୀପନା ସୃଷ୍ଟିକାରୀ ଡ୍ରେସ ଓ ଅର୍ଦ୍ଦନଗ୍ନ ହେବାକୁ ବାରଣ ରଖାଯାଇଛି । ଗ୍ରାହକମାନେ ବାର୍ ଡ଼୍ୟାନ୍ସ ବେଳେ ଟଙ୍କା ଉଡ଼ାଇ ପାରିବେନି । ୨୧ବର୍ଷରୁ କମ ବୟସର ଯୁବତୀଙ୍କୁ ନିୟୋଜିିିତ କରାଯିବନି । ଡ୍ୟାନ୍ସ ବାରରେ ନିୟୋଜିତ ଯୁବତୀଙ୍କ ପରିଚୟ ପତ୍ର ରହିବ । ଉଲ୍ଲେଖଯୋଗ୍ୟ ଯେ ଆଇନ ଉଲ୍ଲଙ୍ଘନ ନେଇ କିଛି ଦିନ ତଳୁ ବାର୍ ଡ୍ୟାନ୍ସ ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here