ଭାରତ ସହ କୁଟନୈତିକ ସମ୍ପର୍କ କାଟିଲା ପାକିସ୍ତାନ

0
15

ନୂଆଦିଲ୍ଲୀ: ଭାରତ ସହ ଆଜି କୁଟନୈତିକ ସମ୍ପର୍କ କାଟଛି ପାକିସ୍ତାନ । ଏହା ସହ ଦ୍ୱିପାକ୍ଷିକ ବାଣିଜ୍ୟ ମଧ୍ୟ ବନ୍ଦ କରିଛିି ପାକିସ୍ତାନ । ପାକିସ୍ତାନରେ ଭାରତୀୟ ଦୂତବାସ ବନ୍ଦ ହୋଇଛି । ପାକିସ୍ତାନରୁ ଭାରତୀୟ ହାଇ କମିଶନ ଫେରିବେ । ଜାମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ ପାସ୍ ପରେ ପାକିସ୍ତାନ ଏହିପରି ନିଷ୍ପତ୍ତି ନେଇଛି । ଜାତୀୟ ସୁରକ୍ଷା କମିଟି ବୈଠକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଏହିପରି ନିଷ୍ପତ୍ତି ନେଇଛନ୍ତି । ଏହା ସହ ନିୟନ୍ତ୍ରଣ ରେଖା ନିକଟରେ ପହରା ବଢ଼ାଇଛି ପାକିସ୍ତାନ । ପାକିସ୍ତାନୀ ନେତା ଓ ସାମରିକ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ କାଶ୍ମୀରରୁ ହଟିଥିଲା ସମ୍ବିଧାନରେ ଥିବା ଧାରା ୩୭୦ ଓ ୩୫-A । ଏଣିକି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଅନ୍ତର୍ଭୁକ୍ତ ହୋଇଥିଲା ଜାମ୍ମୁ-କାଶ୍ମୀର । ଜାମ୍ମୁ-କାଶ୍ମୀରରେ ବିଧାନସଭା ମଧ୍ୟ ରହିବ । ସେହିପରି ଜାମ୍ମୁ-କାଶ୍ମୀରରୁ ଲଦାଖ ମଧ୍ୟ ଅଲଗା ହୋଇଥିଲା । ଲଦାଖକୁ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ମିଳିଛି । ଏହା ସହ ରାଜ୍ୟ ମାନ୍ୟତା ହରାଇଥିଲା ଜମ୍ମୁ-କାଶ୍ମୀର । ତେବେ କାଶ୍ମୀରକୁ ୨ ଭାଗ କରିଥିଲେ କେନ୍ଦ୍ର ସରକାର ।

LEAVE A REPLY

Please enter your comment!
Please enter your name here