ଭଦ୍ରକ ଏଟିଏମ୍‌ରୁ ୨୦ ଲକ୍ଷ ଗାଏବ

0
16

ଭଦ୍ରକ: ଏଟିଏମ୍‌ରୁ ଗାଏବ ହୋଇଯାଇଛି ୨୦ ଲକ୍ଷ ଟଙ୍କା। ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ଏଟିଏମ୍‌ ଭଙ୍ଗା ହୋଇନି କିମ୍ବା ତଡ଼ା ହୋଇନି। ତେବେ ଟଙ୍କା କିଭଳି ଗାଏବ ହେଲା ସେ ନେଇ ଉଠିଛି ପ୍ରଶ୍ନ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବେତଡ଼ା ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍‌ରୁ ୨୦ଲକ୍ଷ ଟଙ୍କା ଗାଏବ ହୋଇଥିବା ନେଇ ଅଭିଯୋଗ ହୋଇଛି। ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏ ନେଇ ସୂଚନା ପାଇବା ପରେ ବାସୁଦେବପୁର ଥାନାରେ ମାମଲା ଅଭିଯୋଗ କରିଛନ୍ତି। ଏହାପରେ ବାସୁଦେବପୁର ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଘଟଣାସ୍ଥଳରେ ବାସୁଦେବପୁର ଏସ୍‌ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଏଟିଏମ୍‌ ପାଖରେ ଥିବା ଏକ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରୁଛି ପୋଲିସ୍‌। ତେବେ ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଟଙ୍କା ଲୁଟ୍‌ ଘଟଣାରେ ବ୍ୟାଙ୍କ୍ କର୍ମଚାରୀ ଓ ଟଙ୍କା ଭରୁଥିବା ସଂସ୍ଥାର କର୍ମଚାରୀ ସାମିଲ୍‌ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here