ବଡ଼ ଭାଇଙ୍କ ପାଦ ଛୁଇଁ ଆଶୀର୍ବାଦ ଭିକ୍ଷ। କଲେ ନରେନ୍ଦ୍ର ମୋଦି ।

0
485

ଅହମଦାବାଦ: ଆଜି ଗୁଜରାଟ ବିଧାନସଭା ନିର୍ବାଚନ ପ।ଇଁ ୨ୟ ପର୍ଯ୍ୟାୟ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧାଡ଼ିରେ ରହି ମତଦାନ କରିିଥିଲେ । ସାବରମତିର ‘ରାଣିପ’ରେ ବୁଥ ନମ୍ବର ୧୫ରେ ନରେନ୍ଦ୍ର ମୋଦି ଲାଇନରେ ରହି ଭୋଟ ଦେବା ପରେ ବଡ଼ ଭାଇଙ୍କ ପାଦ ଛୁଇଁ ଆଶୀର୍ବାଦ ଭିକ୍ଷ। କରିଥିଲେ । ହାତରେ କାଳି ଲଗାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ। ଲୋକମ।ନେ ମଧ୍ୟ ମୋଦି ମୋଦି ସ୍ଲୋଗ।ନ ଦେଉଥିଲେ। ମୋଦିଙ୍କୁ ଦେଖିବା ପାଇଁ ପୂର୍ବରୁ ଲୋକମାନେ ପ୍ରସ୍ତୁତ ଥିଲେ। ମୋଦି ଆସିବା ପରେ ଢୋଲ, ନାଗରା ଓ ଅନ୍ୟ ବାଦ୍ୟ ଯନ୍ତ୍ର ବଜାଇ ସ୍ୱାଗତ କରିଥିଲେ। ସକାଳୁ ମୋଦି ଟୁଇଟରେ ଗୁଜରାଟ ଲୋକଙ୍କୁ ବଡ଼ ସଂଖ୍ୟାରେ ଭୋଟ ମାଗିଥିଲେ।

ମୋଦି ଟୁଇଟରରେ ଲେଖିଛନ୍ତି, ‘ଆଜି ଗୁଜରାଟ ନିର୍ବାଚନର ୨ୟ ପର୍ଯ୍ୟାୟ।’ ଭୋଟ ଦେବାକୁ ଯାଉଥିବା ଲୋକଙ୍କୁ ଆବେଦନ କରୁଛି, ସେମାନେ ବହୁ ସଂଖ୍ୟାରେ ମତଦାନ କରି ଲୋକତନ୍ତ୍ରର ଏହି ପର୍ବକୁ ସମୃଦ୍ଧ କରନ୍ତୁ। ମତଦାନ କରିବା ପୂର୍ବରୁ ସେ ଟୁଇଟ କରି କହିଛନ୍ତି, ମୁଁ ଭୋଟ ଦେବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here