ବୋମା ଫୁଟି ବାଳକ ଗୁରୁତର

0
44

 

କୋଦଳା – ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦିଗି ଗ୍ରାମରେ ଆଜି ଅପରାହ୍ନ 4.00ଘଣ୍ଟ ସମୟରେ ବୋମା ଫୁଟି ୮ବର୍ଷର ବାଳକ ଗୁରୁତର ହୋଇଛି l ସେହି ଗ୍ରାମର ଦିବାକର ସେଠୀଙ୍କ ପୁଅ ନାରାୟଣ ସେଠୀ ଖେଳୁଥିବା ସମୟରେ ହଟାତ ବୋମା ବିସ୍ପୋରଣ ହୋଇଥଲା l ଯାହାଦ୍ୱାରା ବାଳକଟି ଅଚେତ ହୋଇଯାଇଥିଲା l ଶବ୍ଦ ଶୁଣି ଗ୍ରାମର କେତେକ ବ୍ୟକ୍ତି ବିସ୍ପୋରଣ ହୋଇଥିବା ସ୍ଥାନରେ ରୁଣ୍ଡ ହୋଇଥିଲେ l ଗ୍ରାମର ଲୋକଙ୍କ ସହାୟତାରେ ଅଚେତ ଅବସ୍ଥାରେ ଥିବା ବାଳକକୁ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା l ଅତି ଗୁରୁତର ହେବାରୁ ଡାକ୍ତର ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରିଥିଲେ l ଲୋକଙ୍କ କହିବା ମୁତାବକ, ଗ୍ରାମକୁ କେମିତି ଆସିଲା ବୋମା କିଏ ସେ ଅପରାଧୀ ଏହି ସବୁ କାଣ୍ଡ ଭିଆଇବାରେ ଲାଗିଛି l ବୋମା କେଉଁଆଡ଼ୁ ଗ୍ରାମକୁ ଆସିଲା ଛାନଭିନ କରିବା ପାଇଁ ସାଧାରଣରେ ଦାବି ହୋଇଛି |

LEAVE A REPLY

Please enter your comment!
Please enter your name here