ବିମାନ ବନ୍ଦର ହେଇଥିଲେ ମଧ୍ୟ ବିମାନ ଦେଖିବା ଝାରସୁଗୁଡ଼ା ବାସୀଙ୍କ ପାଇଁ ସ୍ବପ୍ନ ପାଲଟି ଯାଇଛି:ମୁଖ୍ୟମନ୍ତ୍ରୀ

0
131

ଝାରସୁଗୁଡ଼ା: ଝାରସୁଗୁଡାରେ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ବିମାନ ବନ୍ଦର ହେଇଥିଲେ ମଧ୍ୟ ବିମାନ ଦେଖିବା ଝାରସୁଗୁଡ଼ା ବାସୀଙ୍କ ପାଇଁ ସ୍ବପ୍ନ ପାଲଟି ଯାଇଛି। ରାଜ୍ୟ ସରକାର ପାଣ୍ଠି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ଅଗ୍ରଗତି ହୋଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬୦୦ କୋଟି ଟଙ୍କାର ପ୍ରକଳ୍ପ କୁ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଝାରସୁଗୁଡ଼ା ବିଧାୟକ ନବ ଦାସ ଓ ତାଙ୍କର କେତେକ ସମର୍ଥକ ବିଜେଡ଼ି ରେ ସାମିଲ୍ ହୋଇଛନ୍ତି। ପ୍ରକାଶ ଯୋଗ୍ୟ ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଜେଡ଼ିରେ ସାମିଲ୍ ହୋଇଛନ୍ତି । ନବ ଦାସଙ୍କ ସମେତ ୫ ବ୍ଲକ ଚେୟାରମାନ ଓ ୮ ଜିଲ୍ଳା ପରିଷଦ ସଭ୍ୟଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା, ଲଖନପୁର ବ୍ଲକରେ ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୬ଟି ଉଠା ଜଳସେଚନ ପ୍ରକଳ୍ପ ଓ ୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଝାରସୁଗୁଡ଼ା ଓ କିରମିରା ବ୍ଳକର ୨ଟି ଗ୍ରିଡ୍ ସବଷ୍ଟେସନକୁ ଉଦ୍ଘାଟନ କରିଛନ୍ତି। ୧୪୫ କୋଟି ଟଙ୍କା ବ୍ୟୟ ଅଟକଳରେ ଝାରସୁଗୁଡ଼ା କ୍ୟାନସର କେୟାର ହସ୍ପିଟାଲ, ୩୮୮ କୋଟି ଟଙ୍କା ବ୍ୟୟ ଅଟକଳର ଜଳସେଚନ ପ୍ରକଳ୍ପ, ୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ଚଉକିପଡ଼ା ରେଳ ଓଭରବ୍ରିଜର ଶିଳାନାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ୩୪୮୯ ଏସଏଚଜିଙ୍କୁ ଡିଜିଟାଲ ସଶକ୍ତିକରଣ ସହାୟତା ବାବଦରେ ୧ କୋଟି ଟଙ୍କା ପ୍ରଦାନ ସହିତ ୧୦୦୨ ଭୂମିହୀନ ପରିବାରକୁ ଭୂମିପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here