ବିଧାୟକ ପଦ ଛାଡିଲେ ନବ କିଶୋର ଦାସ

0
74

ଭୁବନେଶ୍ୱର : କିଛିଦିନ ପୂର୍ବେ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି |ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ସେ ଇସ୍ତଫା ପ୍ରଦାନ କରିଥିଲେ । ବାଚସ୍ପତି ମଧ୍ୟ ନବଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି । ବିଜେଡ଼ିରେ ଯୋଗ ଦେବା ପରେ ବିଧାୟକ ପଦରୁ ଇସ୍ତଫା ଦେବା ପାଇଁ ସେ ଘୋଷଣା କରିଥିବାବେଳେ ଏନେଇ ବାଚସ୍ପତିଙ୍କୁ ସମୟ ମାଗିଥିଲେ ଶ୍ରୀ ଦାସ । ବାଚସ୍ପତି ସୋମବାର ତାଙ୍କୁ ସମୟ ଦେବା ପରେ ସେ ବିଧାନସଭା ଆସି ନିଜ ପଦରୁ ଇସ୍ତଫା ଦେଇଛନ୍ତି ନବ କିଶୋର ଦାସ |

LEAVE A REPLY

Please enter your comment!
Please enter your name here