ବିଧାୟକ,ଠିକାଦାର ଲ।ଲେଲ।ଲ୍ ଜନତା ବେହାଲ : ୧୬ କୋଟିର କାମ ୧୬ ମାସ ଗଲାନି !

0
2125

 

ଯାଜପୁର :ବର୍ଷେ ନୁହେ କି ଦୁଇବର୍ଷ ନୁହେ ଦୀର୍ଘ ୮ ବର୍ଷ କାର୍ଯ୍ୟ ଚାଲିବା ପରେ ସମ୍ପୁର୍ଣ୍ଣ ହୋଇଥିଲା ମାନପୁର ଓଭରବ୍ରିଜ ଏଥିପାଇଁ ମୋଟ ୧୬ କୋଟି ୪୪ ଲକ୍ଷଟଙ୍କା ଖର୍ଚ ହୋଇଥିବାବେଳେ ଏହାକୁ ଖୋଦ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଭିଡିଓ କନଫରେନସିଂ ମାଧ୍ୟ୍ୟମରେ ଉଦଘାଟନ କରିଥିଲେ | ହେଲେ ଆରମ୍ଭରୁ ନିମ୍ନ ମାନର କାମକୁ ନେଇ ବୋହୁ ବାଦବିବାଦ ଉପୁଜୁ ଥିବା ନଜିର ରହିଛି | ସବୁ ପରେବି କାମ ଶେଷ ହେଲା ବିଧାୟକଙ୍କ ଉପସ୍ଥିତ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଭିଡିଓ କନଫରେନସିଂଉଦଘାଟନରେ ଖୁସିହେଲେ ସ୍ଥାନୀୟ ବାସିନ୍ଦା | କିଛିଦିନ ପରେ କାମର ଅସଲ ଚେହେରାକୁ ଲୁଚେଇ ପାରିଲାନି ପୂର୍ତବିଭାଗ ବାରମ୍ବାର ମରାମତିରୁ ସାମନାକୁ ଆସିବାକୁ ଲାଗିଲା ଏଥିରେ ଦୁର୍ନୀତି ନୁହଁ ମହାଦୁର୍ନୀତି କରାଯାଇଛି | କୋଟି କୋଟି ଟଙ୍କାର ଖର୍ଚରେ ନିର୍ମାଣ ହୋଇଥିବା ଏହି ପୋଲ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରିବା ପାଇଁ ଏତେ ସମୟ ନେଇଥିବା ସ୍ୱତେ ପୂର୍ତବିଭଗ କଣ ଆଖିରେ ଅନ୍ଧ ପୁଟୁଳି ବାନ୍ଧି କାମ କରୁଥିଲା ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିବା ଆରମ୍ଭ କଲେଣି କେହି କେହି ସିଧା ସଳଖ ବିଧାୟକ ପ୍ରିତିରଞ୍ଜନ ଘଡ଼ାଇଙ୍କୁ ଦାୟୀ କରୁଥିବା ବେଳେ ଆଉ କେହି କେହି ପ୍ରଶାସନିକ ଅଧିକାରୀଙ୍କ ଚରମ ଅବାହେଳାର ପରିଣାମ ବୋଲି କୁହା କୁହି ହେଉଛନ୍ତି | ନିର୍ମାଣର ମାତ୍ର ଅଳ୍ପ ଦିନରେ ବ୍ରିଜ ଉପରେ ବଡ ବଡ ଗର୍ତ୍ତ ସୃଷ୍ଟି ହେଉଥିବା ବେଳେ |କଳିଙ୍ଗନଗର ଶିଳ୍ପାଞ୍ଚଳ ଓ କାଳିଆପାଣି ଖଣିଖାଦାନକୁ ଯାଜପୁରରୋଡରୁ ଯିବାପାଇଁ ଏହା ପ୍ରମୁଖ ରାସ୍ତା ଏକଥା ଜାଣି ସୁଦ୍ଧା କିପରି ଏପରି କାମ ହୋଇଥିଲା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି | ମେସ୍କୋ କାରଖାନା ମୁଖ୍ୟ ଫାଟକ ଠାରୁ ଦାନଗଦି ପଟକୁ ୬୫୮ମିଟର ଲମ୍ବ ଏହି ବ୍ରିଜରେ ୩୪ଟି ସ୍ପାନ ନିର୍ମାଣ ପାଇଁ ୧୬ କୋଟି ୪୪ ଲକ୍ଷଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଏହି ପୋଲ ୨୦୧୧ ଜାନୁଆରୀ ୧ରେ ବ୍ରିଜ ନିର୍ମାଣ କାର୍ଯ୍ୟାଦେଶ ରାଜ୍ୟ ବାହାର ଠିକାଦାର ଭି.ବାବୁ ରାଓଙ୍କୁ ଦିଆଯାଇଥିଲା ମାତ୍ର ଠିକାଦାର ମହାଶୟ ୫ବର୍ଷ ପରେ ମଧ୍ୟ ପ୍ରକଳ୍ପଟିକୁ ଅଧା କରିବାକୁ ଅକ୍ଷମ ଥିଲେ ଏପରିକି ନିର୍ମାଣାବେଳେ ପୋଲ ସ୍ଲାବ ଦବି ଯିବାରୁ ନୂତନ ସ୍ଲାବ ନିର୍ମାଣ କରାଯାଇଥିଲା | ରାଜ୍ୟ ସରକାର ସଂପୃକ୍ତ ଠିକାସଂସ୍ଥାର ଟେଣ୍ଡରକୁ ବାତିଲ କରି ଯାଜପୁରର ବିରଜା କନଷ୍ଟ୍ରକସନକୁ ୫ କୋଟି ୭୭ ଲକ୍ଷଟଙ୍କା ବ୍ୟୟ ଅଟକଳରେ ୨୦୧୭ ଜାନୁଆରୀରେ ଟେଣ୍ଡର ପ୍ରଦାନ କରିଥିଲେ ବିରଜା କନଷ୍ଟ୍ରକସନ କାମ ସାରିବା ପରେ ୨୪ ଏପ୍ରିଲ ୨୦୧୮ ରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟ୍ୟମରେ ଉଦଘାଟନ କରିଥିଲେ | ବର୍ତମାନ ବ୍ରିଜ ମଝିରେ ବିରାଟ ବିରାଟ ଖାଲ ସୃଷ୍ଟି ହେବାରୁ ରାସ୍ତାର ଦୁଇ ପାର୍ଶ୍ୱକୁ ପୂର୍ତ୍ତିବିଭାଗ ସିଲ କରି ମରାମତି କରୁଛି | ବ୍ରିଜର ନିର୍ମାଣ ପାଇଁ ୮ ବର୍ଷ ଲାଗିଥିବାବେଳେ ମାତ୍ର କେଇମାସ ଭିତରେ ବ୍ରିଜରେ ଗର୍ତ୍ତ ସୃଷ୍ଟିହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରୀ ଠିକାଦାର ଓ ବିଧାୟକ ଲାଲେଲାଲ ହୋଇଥିବା କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି | ସେପଟେ ପୂର୍ତ୍ତି ବିଭାଗ ନିର୍ବାହୀ ଯନ୍ତ୍ରୀ ତାରାକାନ୍ତ ମିଶ୍ର ପିଚୁ କୋଚିଂ ( ମାଷ୍ଟିକ ) କାମପାଇଁ ପୋଲରେ ଯାତାୟାତକୁ ବନ୍ଦ କରାଯାଇଥିବା ସଫେଇ ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here