ବିଜେଡିରେ ମିଶିଲେ ସୁଷମା ବିଶ୍ୱାଳ

0
167

ଭୁବନେଶ୍ୱର: ସାଧାରଣ ନିର୍ବାଚନ ନେଇ ନିର୍ବାଚନ କମିସନ ବିଗୁଲ ବଜାଇବା ପରେ ଏବେ ସମଗ୍ର ଦେଶରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । ଏହାକୁ ନେଇ ରାଜନୈତିକ ଦଳର ନେତାମାନଙ୍କ ଦଳ ବଦଳ ପର୍ବ ମଧ୍ୟ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜି ବିଜେଡିରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ନେତ୍ରୀ ତଥା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ଉପସଭାନେତ୍ରୀ ସୁଷମା ବିଶ୍ୱାଳ । ଆଜି ନବୀନ ନିବାସ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଷମା ନିଜର ପ୍ରାୟ ଏକ ହଜାର ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here