ବଦଳିପ।ରେ ଆଇପିଏଲ୍ ମ୍ୟାଚ୍ ର ସମୟ !

0
402

ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲ୍‌ ରାତି ମ୍ୟାଚ୍‌ଗୁଡ଼ିକର ସମୟ ବଦଳିବ। ନେଇ ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା ପ୍ରସ୍ତାବ ରଖିଛନ୍ତି । ପୂର୍ବ ବର୍ଷ ଗୁଡିକରେ ଆଇପିଏଲ୍‌ ରାତି ମ୍ୟାଚ୍‌ସବୁ ୮ଟାରୁ ଆରମ୍ଭ ହେଉଥିଲା । ୨୦୧୮ରୁ ଏହାକୁ ରାତି ୮ ପରିବର୍ତ୍ତେ ୭ଟାରୁ ଆରମ୍ଭ କରିବାକୁ ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକରେ ଶୁକ୍ଳା ପ୍ରସ୍ତାବ ଦେଇଛନ୍ତି। ଅନ୍ୟପଟେ ଦିନ ମ୍ୟାଚ୍ ଗୁଡିକ ଅପରାହ୍ନ ୪ଟ। ପରିବର୍ତେ ୩ଟାରୁ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ଫ୍ରାଞ୍ଚାଇଜ୍‌ମାନେ ଏଭଳି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି । ପ୍ରସାରଣକାରୀ ସଂସ୍ଥା (ଷ୍ଟାର୍‌ ଇଣ୍ଡିଆ)ଙ୍କ ଅନୁମୋଦନ ମିଳିଲେ ଏହି ପରିବର୍ତନ କରାଯାଇପାରିବ ବୋଲି ଜଣାପଡ଼ିଛି। ଅନ୍ୟଏକ ପ୍ରସଙ୍ଗକୁ ନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଥିଲା। ଆଇପିଏଲ୍‌ ଆରମ୍ଭ ହେବା ପରେ ଅଧାରୁ କୌଣସି ଖେଳାଳି ଦଳବଦଳ କରିପାରିବେ ନା ନାହିଁ। ତେବେ ଅତି କମ୍‌ରେ ଜଣେ ଖେଳାଳି ଗୋଟିଏ ଦଳ ପକ୍ଷରୁ ୨ ମ୍ୟାଚ୍‌ ଖେଳିଥିଲେ, ସେ ଅନ୍ୟ ଦଳ ତରଫରୁ ଖେଳି ପ।ରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୫ ତାରିଖ ଦିଲ୍ଲୀରେ ବସିବାକୁ ଥିବା ଦିତୀୟ ବୈଠକରେ ସମସ୍ତ ପ୍ରସ୍ତାବ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଶେଷ ସୁତ୍ରରୁ ଜଣ।ପଡିଛି ।

LEAVE A REPLY

Please enter your comment!
Please enter your name here