ପ୍ରଭ।ତୀ ଜୀବନରେ କିଏ ଆଣିବ ଆଲୋକର ପ୍ରଭାତ: ଭଉଣୀ ପ।ଇଁ ଗୁହ।ରି କରୁଛି ଭ।ଇ

0
38

ଢେଙ୍କାନାଳ: ଆଇନର ଜାଲରେ ଛନ୍ଦି ହୋଇ ଦିଗହରା ହୋଇଯାଇଛି ପ୍ରଭାତୀର ଜୀବନ।ପରଜଙ୍ଗ ଥାନା ଅନ୍ତର୍ଗତ କୁମୁସି ଗାଆଁର କାହ୍ନୁ ଚରଣ ଜେନାଙ୍କ ଏକ ମାତ୍ର  ଅଲିଅଳି ଝିଅ ପ୍ରଭାତୀ ଜେନା ଉଣେଇଶି ବର୍ଷ ବୟସରେ ବିବାହ କରିଥିଲେ ତାଳଚେରର ବାଲିଯୋଡି ଗାଆଁର ଅକ୍ଷୟ ସାହୁଙ୍କ ପୁଅ ଅନିଲ କୁମାର ସାହୁଙ୍କ ସହ। ବିବାହ ବେଳେ ସକ୍ଷମ ମୁତାବକ ଟଙ୍କା ଓ ଜିନିଷ ଦେଇ ଝିଅକୁ ବିଦାୟ କରିଥିଲେ ବାପା କାହ୍ନୁ ଚରଣ ସାହୁ ଯାହାକି ଜ୍ବାଇଁକୁ ସନ୍ତୁଷ୍ଟ କରି ପାରି ନଥିଲା। ବିବାହ ଦିନ କେଇଟା ପରେ ଆରମ୍ଭ ହୋଇଯାଇଥିଲା ନିର୍ଯ୍ଯାତନା । ନିର୍ଯ୍ଯାତନା ଅଧିକ ହେବାରୁ ତାଳଚେର ଥାନା ଏ ନେଇ କେସ ବି କରିଥିଲେ ହେଲେ ବଡ ବାବୁମାନଙ୍କ ଚାପରେ ସବୁ ବୁଝାବୁଝି କରି ଆପୋଷ ସମାଧାନ ହୋଇଥିଲା। ଏତିକିରେ ଦୁଃଖ ସରି ନଥିଲା ପ୍ରଭାତୀଙ୍କର। ଏ ସ୍ବଳ୍ପ ସମୟ ମଧ୍ୟରେ ସେ ଗୋଟିଏ କନ୍ଯାର ଜନନୀ ବି ହୋଇ ସାରିଥିଲେ ।ଏହାପରେ ଶାଶୁଘରର ନିର୍ଯ୍ଯାତନା ଏତେ ବଢିଗଲା ଯେ ପ୍ରଭାତୀ ଧିରେ ଧିରେ ନିଜର ମାନସିକ ଅବସ୍ଥା ହରାଇ ବସିଲେ। ଝିଅର ଏ ଅବସ୍ଥା ଦେଖି ବାପା ନିଜ ଘରକୁ ଆଣି ଝିଅର ଚିକିତ୍ସା କରି ଛାଡିଥିଲେ । କିଛି ଦିନ ରହିବା ପରେ ସେ ଦ୍ବିତୀୟ କନ୍ଯାର ଜନନୀ ହେଲେ। ପୁନର୍ବାର ନିର୍ଯ୍ଯାତନା ଆରମ୍ଭ ହୋଇଗଲା । ପ୍ରଭାତୀ ଏଥର ନିର୍ଯ୍ଯାତନା ସହି ନ ପରି ନିଜର ମାନସିକତା ହରାଇ ବସିଲେ। ସ୍ତ୍ରୀର ଏପରି ଅବସ୍ଥାରେ ଅନିଲ ତାଙ୍କୁ ଆଣି ତାଙ୍କ ବାପା ଓ ଭାଇଙ୍କ ଅନୁପସ୍ଥିତିରେ ଘର ସାମ୍ନାରେ ଛାଡି ଚାଲିଯାଇଛନ୍ତି। ଯିବାର କିଛି ଦିନ ପରେ ଛାଡପତ୍ର ନୋଟିସ ପଠାଇଥିଲେ । ବେଲୁନ ବିକି ପରିବାର ପୋଷୁଥିବା ଭାଇ ଟଙ୍କା ଅଭାବରୁ କେସ ଲଢି ପାରିଲେ ନାହିଁ । ଧାର କରି ତିନି ହଜାର ଟଙ୍କା କେଉଁ ଓକିଲକୁ ଦେଇଥିଲେ ସେ ବି ଟଙ୍କା ଖାଇ ଧୋକା ଦେଲେ। ଭଉଣୀକୁ ଭଲ କରିବା ପାଇଁ ଗୁଣିଆଠାରୁ କଟକ ବଡ ମେଡିକାଲ ପର୍ଯ୍ଯନ୍ତ ନେଲେଣି ହେଲେ କିଛି ସୁଫଳ ମିଳି ନାହିଁ । ଋଣ ଯନ୍ତାରେ ବୁଡି ଗଲେଣି ଭାଇ କଷ୍ଟୁ ଜେନା। ଗୋଟିଏ ପଟେ ନିଜ ପରିବାର ଓ ଅନ୍ଯ ପଟରେ ଭଉଣୀର ବୋଝ ବୋହି ଭାଙ୍ଗି ପଡିଲେଣି। ଭଗ୍ଯ ଓ ଭଗବାନଙ୍କ ଆଲୌକିକତାକୁ ଅନାଇ ବସିଛନ୍ତି ବାପା ଓ ଭାଇ।

ରିପୋର୍ଟ: ଜିତେନ୍ଦ୍ର ବେହେରା

LEAVE A REPLY

Please enter your comment!
Please enter your name here