ପୁରୀ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଘଟଣାର ଅାଜି ହେବ ସୁପ୍ରିମକୋର୍ଟରେ ଶୁଣାଣି

0
62

ଭୁବନେଶ୍ୱର:ପୁରୀରେ ହିଂସାକାଣ୍ଡ ବେଳେ ଶ୍ରୀମନ୍ଦିର ଭିତରକୁ ପୋଲିସ ଜୋତା ପିନ୍ଧି ପ୍ରବେଶ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଧାଡ଼ି ଦର୍ଶନକୁ ନେଇ ପୁରୀରେ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ହେବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସ ଜୋତା ପିନ୍ଧି ଓ ବନ୍ଧୁକ ଧରି ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ ଯାଇଥିଲେ ଅାଇନଜୀବୀ ଦେବାଶିଷ ମିଶ୍ର । ଅନ୍ଯପଟେ ଗତକାଲି ଏହି ମାମଲାରେ ସତ୍ୟପାଠ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ । ଧାଡି ଦର୍ଶନରେ ଅବ୍ୟବସ୍ଥାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କୋହଳ ହୋଇଛି। ମାତ୍ର ସୁପ୍ରିମ କୋର୍ଟଙ୍କ ନିକଟରେ ଯେଉଁ ସତ୍ୟପାଠ ଦାଖଲ କରାଯାଇଛି, ସେଥିରେ ପ୍ରଶାସନ ଦର୍ଶାଇଛି ଯେ ଧାଡିଦର୍ଶନ ଦ୍ବାରା ଭକ୍ତମାନଙ୍କର କୌଣସି ଅସୁବିଧା ହେଉନାହିଁ। ବରଂ ଏହା ପରିବର୍ତନର ବାଟ ଖୋଲିଛି । ଏ ନେଇ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏଠାରେ ସୂଚନାଯୋଗ୍ୟ ଗତ ୧୦ ତାରିଖରେ ଏହାର ଜରୁରୀକାଳୀନ ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଜବାବ ମାଗିଥିଲେ। ଅାମିକସ୍ କ୍ୟୁରି ବି ଚାହିଁଲେ ଜବାବ ରଖିପାରିବେ ବୋଲି ମଧ୍ୟ କହିଥିଲେ ସୁପ୍ରିମକୋର୍ଟ । ଗଣ୍ଡଗୋଳ ଉପରେ ପଚାରିଥିଲେ ଅନେକ ପ୍ରଶ୍ନ । ଅାଜି ସେସବୁର ଶୁଣାଣି ଅଛି।

LEAVE A REPLY

Please enter your comment!
Please enter your name here